ଅଗଷ୍ଟ ୧୫ରୁ ଓଡ଼ିଶାରେ ମିଳିବ ଏକ୍‌ମୋ ସେବା, ଏସ୍‌ସିବିରେ ୯ଟି ମେସିନ ପ୍ରସ୍ତୁତ: ଡିଏମ୍‌ଇଟି

0 5

ଭୁବନେଶ୍ବର  : ବହୁ ପ୍ରତୀକ୍ଷିତ ଏକ୍‌ମୋ ଚିକିତ୍ସା ସେବା ଆସନ୍ତା ଅଗଷ୍ଟ ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏକ୍‌ମୋ ଚିକିତ୍ସା ଲୋକାର୍ପଣ କରିବେ। ଏଥିପାଇଁ କଟକ ଏସ୍‌ସିବି ମେଡିକାଲ କଲେଜରେ ୯ଟି ଏକ୍‌ମୋ ମେସିନ୍‌ ଇନ୍‌ଷ୍ଟଏ ହୋଇଯାଇଥିବା ବେଳେ ୯ ଜଣ ଡାକ୍ତର ଓ କର୍ମଚାରୀଙ୍କୁ ନିଯୁକ୍ତ ଦିଆଯାଇ ସରିଛି। ଏସ୍‌ସିବିରେ ଏକ୍‌ମୋ ମେସିନ୍‌ର ଡେମୋ ମଧ୍ୟ ସଫଳତାର ସହ ଶେଷ ହୋଇଛି। ଏନେଇ ଡିଏମଇଟି ସିବିକେ ମାହାନ୍ତ ସୂଚନା ଦେଇଛନ୍ତି।

ସୂଚନା ମୁତାକିକ, ଏସ୍‌ସିବି କାର୍ଡିଲୋଜି ବିଲ୍‌ଡିଂରେ ତଳ ମହଲା ୩ ଓ ଉପର ମହଲାରେ ୬ଟି ଏକ୍‌ମୋ ମେସିନ୍ ସ୍ଥାପନ କରାଯାଇଥିବା ବେଳେ ସମସ୍ତ ମେସିନ୍ ହୃଦ୍ବବକ୍ଷଶଲ୍ୟ ବିଭା ଅଧୀନରେ ରହିବ। ଇତି ମଧ୍ୟରେ କୋଲ୍‌କାତାର ମେଡିଆର ହସ୍ପିଟାଲରୁ ୨ ଜଣ ଡାକ୍ତର, ୪ ଜଣ ନର୍ସ ଓ ୩ ଜଣ ପରଫ୍ୟୁଜିଅନ୍‌ନିଷ୍ଟ ବା ରକ୍ତ ସଂଚାଳନ ଏକ୍‌ମୋ ଚିକିତ୍ସା ତାଲିମ ନେଇ ପେରିଛନ୍ତି। ଏମାନେ ତାଲିମ ନେଇ ଫେରିବା ପରେ ଏସ୍‌ସିବିରେ ଏକ୍‌ମୋ ଚିକିତ୍ସାରେ ଡେମୋ ପ୍ରଦର୍ଶନ କରିଛନ୍ତି। ଆସନ୍ତା ୧୫ରୁ ଏସ୍‌ସିବିରେ ଏହି ଅତ୍ୟାଧୁନିକ ଜୀବନରକ୍ଷାକାରୀ ଚିକିତ୍ସା ବ୍ୟବସ୍ଥଶ ଆରମ୍ଭ କରାଯିବ।

୯ଟି ମେସିନିକୁ ଆମେ ଦୁଇ ଭାଗରେ ବିଭକ୍ତ କରିବୁ । ଅଧିକ ଲୋକଙ୍କର କୋଭିଡରୁ ଭଲ ହେବା ପରେ ଇକମୋ ମେସିନର ଆବଶ୍ୟକ ପଡୁଛି । ସେଥିପାଇଁ କୋଭିଡରୁ ଭଲ ହେଉଥିବା ରୋଗୀଙ୍କ ପାଇଁ ବଡ଼ ୟୁନିଟ୍ କରାଯିବ ଓ ସଂକ୍ରମିତଙ୍କ ପାଇଁ ଛୋଟ ୟୁନିଟ୍ କରାଯିବ । କୋଭିଡରୁ ଭଲ ହେଉଥିବା ରୋଗୀଙ୍କ ଲାଗି ୬ଟି ମେସିନ ବ୍ୟବହାର ହେବ ଓ ସଂକ୍ରମିତଙ୍କ ଲାଗି ୩ଟି ମେସିନ ବ୍ୟବହାର କରାଯିବ ବୋଲି ଡିଏମଇଟି କହିଛନ୍ତି ।

Leave A Reply

Your email address will not be published.