ଅଗଷ୍ଟ ୯ରୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ

0 4

ଭୁବନେଶ୍ଵର,  : ଆସନ୍ତା ଅଗଷ୍ଟ ୯ ତାରିଖରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ। ୯ ତାରିଖରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କେବଳ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ବୈଷୟିକ ଶିକ୍ଷାନୁଷ୍ଠାନ ସହ ହଷ୍ଟେଲ ମଧ୍ୟ ଖୋଲିବ।

କୋଭିଡ୍ ଗାଇଡ ଲାଇନ୍‌ ଅନୁଯାୟୀ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ। ଅଗଷ୍ଟ ଗାଇଡ୍ ଲାଇନ୍‌ରେ ଅନେକ କଟକଣା କୋହଳ କରାଯାଇଥିବା ବେଳେ ଶିକ୍ଷାନୁଷ୍ଠାନ ଖୋଲାଯିବାକୁ ନିଷ୍ପତ୍ତି ହୋଇଥିଲା । ସେହି ଅନୁସାରେ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ।

ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ପୂର୍ବରୁ ଶ୍ରେଣଗୃହ, ଲାବୋରେଟୋରୀ, ହଷ୍ଟେଲ ଆଦିକୁ ସାନିଟାଇଜ୍ କରାଯିବ । ଶ୍ରେଣୀଗୃହରେ ସାମାଜିକ ଦୂରତା ଅବଲମ୍ବନ କରିବା ସହ ମାସ୍କ ପରିଧାନକୁ ଗୁରୁତ୍ଵ ଦିଆଯିବ ।

Leave A Reply

Your email address will not be published.