ଅଚେତ ଅବସ୍ଥାରେ ପଡିଥିବା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ଯୁବ ସାମ୍ବାଦିକ ଅନିଲ ପୃଷ୍ଟି

0 57

ରେଢ଼ାଖୋଲ :  ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ଠାରେ ଶନିବାର ଅମୃତଗଙ୍ଗା ନିକଟ ରାସ୍ତା କଡ଼ରେ ଜଣେ ବ୍ୟକ୍ତି ଅଚେତ ଅବସ୍ଥାରେ ପଡ଼ିଥିଲେ ।  ରାସ୍ତାରେ ଯାତାୟାତ ପଥଚାରୀ କେହି ପଚାରୁ ନଥିଲେ । ଏହା ଜାଣିବା ପରେ ଯୁବ ସାମ୍ବାଦିକ ଅନୀଲ ପୃଷ୍ଟି ସେଠାରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଉପଖଣ୍ଡ ଚିକିତ୍ସାଳେୟରେ ଭର୍ତ୍ତି କରିଥିଲେ  । ଏବେ ସେ ସୁସ୍ଥ ଥିବାର ଜଣାପଡିଛି ।  ରୋଗୀ ଜଣଙ୍କ ହେଲେ ରେଢ଼ାଖୋଲ ବ୍ଲକ ବଂଶଜାଲ ପଞ୍ଚାୟତ ବାରବାଙ୍କ ଗ୍ରାମର ବଂଶୀଧର ସାମଲ । ତାଙ୍କର ଏହି ମାନବିକତା ପାଇଁ ତାଙ୍କୁ ପ୍ରଶଂସା ମିଳିଛି  । କୋଭିଡ ସମୟରେ ବି ସେ ବହୁ ରୋଗୀଙ୍କୁ ସାହାଯ୍ୟ କରିଛନ୍ତି । ଅନେକ ରୋଗୀ ଙ୍କୁ ରକ୍ତ ଦାନ କରିବାରେ ତାଙ୍କ ଭୂମିକା ରହିଛି ।

Leave A Reply

Your email address will not be published.