ଅଜଣା ଟ୍ରକ୍ ଧକ୍କାରେ କାର୍ ଚାଳକ ମୃତ୍ୟୁ

0 22

ବାଂଶପାଳ, : କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା କାଞ୍ଜିପାଣି ନିକଟରେ ଏକ ଅଜଣା ଟ୍ରକ ଧକ୍କାରେ କାର୍‌ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ନୟାକୋଟ ଥାନା ଅନ୍ତର୍ଗତ ବିରିକଳା ଗ୍ରାମର ସୁରେନ୍ଦ୍ର କୁମାର ପଲେଇ (୩୦) ।

ସୂଚନା ଅନୁସାରେ, ସୁରେନ୍ଦ୍ର ପେଶାରେ ଜଣେ ଟ୍ରକ୍‌ ଡ୍ରାଇଭର । ସେ ସୋମବାର ତାଙ୍କ ଟ୍ରକ ମାଲିକଙ୍କ ମାରୁତି ସ୍ୱିଫ୍ଟ କାର(ଓଡି୦୨ଏଏମ୪୫୮୬) ନେଇ କାଞ୍ଜିପାଣି ସ୍ଥିତ ତାଙ୍କ ଭଉଣୀ ଘରକୁ ଯାଇଥିଲେ । ଅପରାହ୍ନରେ ଭଉଣୀ ଘରୁ ବାଂଶପାଳ ପଟକୁ ଫେରୁଥିବାବେଳେ କାଂଜିପାଣି ନିକଟରେ ଏକ ଅଜଣା ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ କାରଟି ସମ୍ପୂର୍ଣ୍ଣ ଚୁରମାର ହୋଇଯିବା ସହିତ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକେ ଓ କାଞ୍ଜିପାଣି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । କାଞ୍ଜିପାଣି ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ପୁଲିସ କାର୍‌କୁ ଜବତ କରିଥିବାବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକଟିର ପତ୍ତା ମିଳିନି । ପରିବାରର ଏକ ମାତ୍ର ରୋଜଗାରିଆ ପୁଅ ସୁରେନ୍ଦ୍ରଙ୍କ ମୃତ୍ୟୁରେ ସ୍ତ୍ରୀ ଓ ଛୋଟ ଶିଶୁ ଦୁଃଖରେ ଭାଙ୍ଗି ପଡିଛନ୍ତି ।

Leave A Reply

Your email address will not be published.