ଅପରାହ୍ଣ ୨ଟାରେ ଲକଡାଉନ ନେଇ ମୁଖ୍ୟ ଶାସନ ସଚିବ ଜରୁରୀ ଘୋଷଣା କରିବା ସମ୍ଭାବନା

0 22

ଭୁବନେଶ୍ୱର : ଆଜି ଲକଡାଉନ୍ ଅବଧିର ଶେଷ ଦିନ । ଆସନ୍ତାକାଲି ସକାଳ ୬ଟାରେ ଶେଷ ହେଉଛି ଲକଡାଉନ୍ ଅବଧି । ତେବେ ଲକଡାଉନ୍ ଅବଧି ବଢିବ ନା ସରକାର କୋହଳ କରିବେ ଏହାର ସମୟସୀମା ? ପ୍ରାୟ ଦୁଇ ମାସର ଲକଡାଉନ୍, ସପ୍ତାହାନ୍ତ ସଟ୍ ଡାଉନ୍ ଓ ପୁଣି ଆଂଶିକ ଲକଡାଉନ ପରେ ଏବେ ସମସ୍ତଙ୍କ ନଜର ଜୁଲାଇ ଗାଇଡ୍ ଲାଇନ୍ ଉପରେ।

ଏ ନେଇ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଅପରାହ୍ନ ୨ଟାରୁ ୨ଟା ୩୦ ମଧ୍ୟରେ ସମ୍ବୋଧନ କରିବେ। ଆଂଶିକ ଲକଡାଉନ ସରୁଥିବାରୁ ନୂଆ ଘୋଷଣା କରିପାରନ୍ତି। ଜୁଲାଇ ଗାଇଡଲାଇନ ନେଇ ସୂଚନା ଦେଇପାରନ୍ତି ମୁଖ୍ୟ ସଚିବ।

ସୂଚନାଥାଉ କି, ଆସନ୍ତାକାଲି ଆଂଶିକ ଲକଡାଉନ ଅବଧି ଶେଷ ହେଉଥିବାରୁ କେଉଁ ଜିଲ୍ଲାରେ କଟକଣା ଅଧିକ କୋହଳ ହେବ, ନୂଆ ନିୟମାବଳୀ କଣ ହେବ, ତା ଉପରେ ବିଚାର ବିମର୍ଷ ଚଳାଇଛି ସ୍ୱାସ୍ଥ୍ୟ ବିଭାଗ। ଏବେ ବି ୧୦ଟି ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ରେଟ୍ ୫ ପ୍ରତିଶତ ଉପରେ ରହିଛି।  ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ ଜିଲ୍ଲାକୁ କାଟାଗୋରୀ ‘ଏ’ରେ ରଖି ସକାଳୁ ୬ରୁ ସଂଧ୍ୟା ୫ ଯାଏଁ ସବୁ ଦୋକାନ ଖୋଲିବାକୁ ଯେପରି ଅନୁମତି ଦିଆ ଯାଇଥିଲା। ସେହି ଫର୍ମୁଲା ଉପକୂଳ ଓଡ଼ିଶାରେ ଲାଗୁ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.