ଅଭିନବ ଉପାୟ ରେ ଚାଲାଣ କରୁଥିବା ବେଳେ ରେଢ଼ାଖୋଲ ପୋଲିସ ଦ୍ୱାରା ୨ ଟି ଗାଡିରୁ ୨୩୦ କେଜି ଗଞ୍ଜେଇ ଜବତ

0 122

ରେଢାଖୋଲ: ରେଢାଖୋଲ ପୋଲିସ୍ ପୁରୁଣାଗଡ ଛକ ଠାରେ ଗାଡି ଚେକିଙ୍ଗ  କରୁଥିବା ସମୟରେ ୨ ଟି ଗାଡିରୁ ୨୩୦ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସଂଧ୍ୟାରେ ରେଢାଖୋଲ ସହର ନିକଟସ୍ଥ ପୁରୁଣାଗଡ ଛକରେ ସବଇନ୍ସପେକ୍ଟର ସୈାମ୍ୟରଂଜନ ମାହାଳିକଙ୍କ ନେତୃତ୍ୱରେ ନାକାଡ୍ୟୁଟି ଚାଲିଥିବା ବେଳେ ସଂଧ୍ୟା ପ୍ରାୟ ୭ ଟାରେ ବୈାଦ୍ଧ ପଟୁ ଧୂସର ରଙ୍ଗର ଏକ ୭୦୮ ମିନି ଟ୍ରକ (ଓଆର୍ ୦୨ବିକେ୩୭୪୮)କୁ ପୋଲିସ୍ ଅଟକାଇ ଥିଲା। ଗାଡଟିକୁ ଚେକିଙ୍ଗ କରୁଥିବା ବେଳେ ଗାଡିର ଆଭ୍ୟନ୍ତରିଣ ସ୍ଥାନରୁ ୧୫୩ ପ୍ୟାକେଡ୍ (୨୩୦କେଜି) ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିଲା ଏବଂ ଗଞ୍ଜେଇ ଗାଡିକୁ ପାଇଲଟିଙ୍ଗ କରି ଆଣୁଥିବା ଏକ ସୁଇଟ୍ ଡିଜାର କାରକୁ (ଓଡି ୦୨ ଏଏଲ୍‌୦୩୯୭) ମଧ୍ୟ ପୋଲିସ୍ ଧରିବାରେ ସଫଳ ହୋଇଛି। ଏଥିସହ ନଗଦ ୧୦୧୫୦୦ଟଙ୍କା, ୪ ଟି ବିଭିନ୍ନ ମଡେଲ୍‌ର ମୋବାଇଲ୍ ଜବତ କରିଛି ପୋଲିସ୍। ମାଜିଷ୍ଟେଟ୍ ଦାୟିତ୍ୱରେ ରେଢାଖୋଲ ଅତିରିକ୍ତ ତହସିଲ୍‌ଦାର୍ ଅମୂଲ୍ୟ ବାଘ ଉପସ୍ଥିତ ଥିଲେ।

ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ପିଙ୍କୁ ସାହୁ(୨୯)ଧନଖାଣ୍ଡି, ବୈାଦ୍ଧ, ଛବିଦାସ (୪୦) ପୁରୀ ଜିଲ୍ଲା ନିମାପଡାର ସକଡା ଗ୍ରାମ,ଏବଂ ନିରଞନ ସାହୁ (୪୦) ପୁରୀ ଜିଲ୍ଲା ନିମାପଡା ତଳତାନଳା ଗ୍ରାମର ବୋଲି ଜଣା ପଡିଛି। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ରେଢାଖୋଲ କେସ୍ ନଂ ୧୨୯ ତା ୨୨/୭/୨୦୨୦ ୟୁ/ଏସ ୨୦(ବି) (ଆଇଆଇ)(ସି)ଏନ୍‌ଡିପିଏସ୍ ଆକ୍ଟ ରେ କେସ ରୁଜୁ ହୋଇଥିବା ଜଣା ପଡିଛି।

ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆଙ୍କ ନିର୍ଦ୍ଦେଶରେ ସବଇନ୍ସପେକ୍ଟର ସୈାମ୍ୟରଞନ ମାହାଳିକ, ବୈଭବମାଳା ସ୍ୱାଇଁ, ହାବିଲଦାର ଜି.ଚନ୍ଦ୍ର ପ୍ରଧାନ, କେ.ଏସ୍ ପଣ୍ଡା, ଆର୍ ମହାନନ୍ଦ, ବି. ଧରୁଆ ପ୍ରମୁଖ ସାମିଲ୍ ହୋଇଥିଲେ।

Leave A Reply

Your email address will not be published.