ଅଭିନେତ୍ରୀ ଗହନା ବଶିଷ୍ଠ ଙ୍କ ପୁଣି ଖାରଜ ହେଲା ଜାମିନ ଆବେଦନ

0 16

ମୁମ୍ବାଇ  : ବମ୍ବେ ହାଇକୋର୍ଟ ପର୍ଣ୍ଣୋଗ୍ରାଫି ମାମଲାରେ ଟିଭି ଅଭିନେତ୍ରୀ ଗହନା ବଶିଷ୍ଠଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତାଙ୍କ ଓକିଲ କହିଛନ୍ତି ଯେ ସେ ସୁପ୍ରିମକୋର୍ଟ ଯିବେ। ଗହନା ବଶିଷ୍ଠଙ୍କୁ ଏକ ୱେବସାଇଟରେ ଅଶ୍ଳୀଳ ଭିଡିଓ ଅପଲୋଡ୍ କରିବା ନେଇ କ୍ରାଇମ ବ୍ରାଞ୍ଚ ଗିରଫ କରିଥିଲା।

ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ଗହାନାଙ୍କୁ ସେସନ୍‌ କୋର୍ଟ ପରେ ହାଇକୋର୍ଟରୁ ଏକ ବଡ଼ ଧରଣର ଝଟକା ଲାଗିଛି, ଯାହା ଜଣାପଡୁଛି ଯେ ଅଭିନେତ୍ରୀଙ୍କ ମୁସ୍କିଲ କମିବାରେ ନାଁ ନେଉନି  । ପର୍ଣ୍ଣ ଚଳଚ୍ଚିତ୍ର ମାମଲାରେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯିବା ପରଠାରୁ ଏହି ସମଗ୍ର ବିଷୟ ବହୁ ଚର୍ଚ୍ଚାରେ ରହିଛି।

ରାଜ କୁନ୍ଦ୍ର ମାମଲାରେ ଅଭିନେତ୍ରୀ ଗହନାଙ୍କ ନାମ ଲିଙ୍କ୍ ହୋଇଥିବାବେଳେ ଗହନା ଅନେକ ଥର ରାଜ କୁନ୍ଦ୍ରଙ୍କୁ ରକ୍ଷା କରୁଥିବା ଦେଖିବାକୁ ମିଳିଛି। ଫେବୃଆରୀ ମାସରେ ଗହାନାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ମୁମ୍ବାଇ ପୋଲିସ ଗିରଫ କରିଥିଲା, ଯାହା ପରେ ସେ ବର୍ତ୍ତମାନ ଜାମିନରେ ଆସିଛନ୍ତି ଏବଂ ନିରନ୍ତର ଗଣମାଧ୍ୟମ ସହ କଥା ହେଉଛନ୍ତି ଏବଂ ଏହି ପ୍ରସଙ୍ଗରେ ତାଙ୍କ ମତାମତ ଦେଉଛନ୍ତି।

Leave A Reply

Your email address will not be published.