ଅଭୟାରଣ୍ୟରୁ କ୍ଷତବିକ୍ଷତ ହରିଣର ମୃତ ଦେହ ଉଦ୍ଧାର

0 7

ନୀଳଗିରି : କୁଳଡିହା ଅଭୟାରଣ୍ୟରୁ କ୍ଷତ ବିକ୍ଷତ ହରିଣର ମୃତ ଦେହ ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ ନୀଳଗିରି ଅଂଚଳରେ ଥିବା କୂଳଡିହା ଅଭୟାରଣ୍ୟରେ ବନ କର୍ମଚାରୀ ପେଟ୍ରୋଲିଂ କରୁଥିବା ସମୟରେ ଜଡ଼ାଚୁଆ ଅଂଚଳରେ ଏକ ହରିଣ ମରି ପଡିଥିବାର ଦେଖିବାକୁ ପାଇଥିଲେ । ହରିଣକୁ କେହି ଆକ୍ରମଣ କରିଥିବାରୁ ପଛ ପାଖରେ ଗଭୀର କ୍ଷତ ଲାଗିଥିବାର ଦେଖିବାକୁ ମିଳିଛି । କୁଳଡିହା ରେଞ୍ଜର ଦାୟୀତ୍ୱ ରେ ଥିବା ମନ୍ବର ଖାଁ ତଦନ୍ତ କରିବା ସହ ମୃତ ହରିଣର ଶବଟିକୁ ଜବତ କରିବା ସହ ପଶୁ ଚିକିତ୍ସା ଅଧିକାରୀ ଙ୍କୁ ଡକାଇ ପୋଷ୍ଟମୋଟମ କରିଛନ୍ତି ।ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ହରିଣଟିକୁ ହୁଏତ ଜଙ୍ଗଲୀ କୁକୁର ଆକ୍ରମଣ କରିଥାଇ ପାରେ ବୋଲି ରେଞ୍ଜର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.