ଅଳିଆ ଗଦାରେ ପଡି କାନ୍ଦୁଥିବା ବେଳେ ଉଦ୍ଧାର ହେଲା ଶିଶୁ କନ୍ୟା

0 5

ଅନୁଗୋଳ :    ଅଳିଆ ଗଦା ରୁ ଏକ ଶିଶୁ କନ୍ୟା ଉଦ୍ଧାର ପରି  ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ରଗୁଡିଆପଡା ଗାଁରେ ।

ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳ ସମୟରେ ରଗୁଡ଼ିଆ ଗାଁର ଶାନ୍ତି ନାଏକ ଅଳିଆ ପକାଇବାକୁ ରଗୁଡ଼ିଆପଡା ନାଳ ନିକଟକୁ ଯାଇଥିଲେ । ଏହି ସମୟରେ ଗୋଟିଏ ଶିଶୁ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ନିକଟକୁ ଯାଇ ଦେଖିବା ବେଳକୁ ଏକ ଶିଶୁ କନ୍ୟା ନାଳ ନିକଟରେ ପଡିଥିବା ଦେଖିଥିଲେ । ଶାନ୍ତି ଉକ୍ତ ସ୍ଥାନରୁ ଶିଶୁ କନ୍ୟାକୁ ଉଦ୍ଧାର କରି ଘରେ ରଖିଥିବା ଜଣାପଡ଼ିଛି ।

ଏ ପର୍ଯ୍ୟନ୍ତ ପୋଲିସ କି ପ୍ରଶାସନ ପହଞ୍ଚି ନଥିବା ଜଣାପଡିଛି ।

Leave A Reply

Your email address will not be published.