ଅସହାୟ ମହିଳାଙ୍କ ଘର ମରାମତି କଲେ ସ୍ବେଛାସେବୀ ସଂଗଠନ

0 43

ବେଲପଡା(ସନ୍ୟାସୀ ନାୟକ): ଯାହାର କେହି ନାହିଁ ତାର କିଛି ନାହିଁ ।ଯାହାର କେହି ନୂହନ୍ତି ସେ କେମିତି ଜୀବନ ବିତାଉଥିବ ତାକୁ ହିଁ ଜଣା । ଦେଖଣାହାରୀ ଆହା ଆହା କହିଚାଲିଥିବ କିନ୍ତୁ କରେନାହିଁ ।ଏମିତି ଏକ ଅସହାୟ ମହିଳା ଯାହାର କେହି ନାହାନ୍ତି ,ସ୍ୱାମୀ ପରିତ୍ୟକତା ,ସନ୍ତାନହୀନା,ଜମି ନାହିଁ, ଘରଡିହ ନାହିଁ, ବାସଗୃହ ନାହିଁ , ଆଧାର କାର୍ଡ ନାହିଁ, ଭୋଟ ପରିଚୟ ପତ୍ର ନାହିଁ, ରାସନ କାର୍ଡ଼ ନାହିଁ, ଆବାସ ଯୋଜନାରେ ନା ନାହିଁ, ଅସହାୟ ଭତ୍ତା ନାହିଁ ,ଖାଇବାକୁ ନାହିଁ,ତାର ଭଲ ମନ୍ଦ ବୁଝିବା ପାଇଁ ମଧ୍ୟ କେହି ନାହିଁ । କେମିତି ଜୀବନ ବିତାଉଥିବେ ଟିକିଏ ଭାବିଲେ ଦେହ ଶୀତେଇ ଯାଏ । ସତରେ ଭଗବାନ ଙ୍କ ଅଭିଶାପ ନା କୃତକର୍ମ ର ଫଳ ।

କେଉଁ ଜନ୍ମ ର ଫଳ ରେ ସେ ଏମିତି ଜୀବନ ବିତାଉଛନ୍ତି ତାକୁ ହିଁ ଜଣା । ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଲକ ସୁଲେକେଲା ଗ୍ରା:ପ:ଅନ୍ତର୍ଗତ ଚନ୍ଦ୍ରପୁର ଗାଁ ରେ ରୁହନ୍ତି ଅସହାୟ ସ୍ୱାମୀ ପରିତ୍ୟକତା ମହିଳା ଶ୍ରୀମତୀ ପୁତୁନା ବିଶି ବୟସ ୫୫ବର୍ଷ ଛୁଇଁଲାଣି । ଆଜିଯାଏଁ କୌଣସି ସରକାରୀ ଯୋଜନା କିମ୍ବା ସରକାରୀ ଦପ୍ତରରେ ନାଁ ମଧ୍ୟ ପଞ୍ଜିକରଣ ହୋଇନାହିଁ । ନା ଅଛି ଆଧାର କାର୍ଡ, ନା ଅଛି ଭୋଟର କାର୍ଡ଼, ନା ଅଛି ରାସନ କାର୍ଡ଼ । ସରକାରୀ ଯୋଜନା ତାର ଦ୍ୱାର ମାଡିନାହିଁ । ସରକାରୀ ଯୋଜନା ତା ପାଇଁ ସାତ ସପନ । ଚାଷ କାର୍ଯ୍ୟ ସମୟରେ କିଛି ଲୋକଙ୍କ କାମ କରିଯାଏ ବାକିତକ ଦିନ ଘରେ ହିଁ ରହିଯାଏ , ଯିଏ ଯାହା ଦେଲେ ସେଥିରେ ସନ୍ତୁଷ୍ଟ । ସେ ଗାଁ ରେ କେତେଜଣ ଙ୍କୁ ଛାଡିଦେଲେ ଅନ୍ୟର କିଛି ଖାଏ ନାହିଁ କି ନିଏ ନାହିଁ । ସେ ତ ପୁରାପୁରି ଅସହାୟ କିନ୍ତୁ ପ୍ରଶାସନ ଅସହାୟ ହୋଇଯିବା ବିଡମ୍ବନା ର ବିଷୟ । ସରକାରୀ ସ୍ତରରେ ସ୍ତରକୁ ସ୍ତର କର୍ମଚାରୀ ଥିଲେ ସୁଦ୍ଧା ତା ପାଖକୁ ସରକାରୀ କର୍ମଚାରୀ କିମ୍ବା ରାଜନେତା ଅପହଞ୍ଚ ହେବା ଐତିହାସିକ ଦୁଃଖର ବିଷୟ । ସରକାରୀ ଅବହେଳାକୁ ବୁଦ୍ଧିଜୀବୀ ମହଲରେ ନିଶ୍ଚିତ ଭାବେ ନିନ୍ଦନୀୟ ର ବିଷୟ ।

ସରକାର ବାହାଦୂର ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରିଚାଲିଛନ୍ତି ,କର୍ମଚାରୀ ଙ୍କ ଉପରେ କର୍ମଚାରୀ ଅଛନ୍ତି, ବିଭାଗ ଉପରେ ବିଭାଗ ଅଛି କିନ୍ତୁ ଏହି ଅସହାୟ ମହିଳା ପାଖକୁ ସରକାରୀ ଯୋଜନା କଣ ପାଇଁ ଅପହଞ୍ଚ ।ଏହି ମହିଳା ଙ୍କୁ କେତେକ ସ୍ବେଛାସେବୀ ସଂଗଠନ ପୂର୍ବରୁ ଅନେକ ଥର ଯଥା ସମ୍ଭବ ରାସନ ସାମଗ୍ରୀ, ବସ୍ତ୍ର, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ଆର୍ଥିକ ସହାୟତା ମଧ୍ୟ କରିଛନ୍ତି ଏବଂ ପ୍ରଶାସନ ର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି କିନ୍ତୁ ଫଳ ଶୁନ ।

ବର୍ଷା ସମୟରେ ଘର ମାନଙ୍କରେ ପାଣି ଗଲୁଥିବାରୁ ଆଗାମୀ ବର୍ଷା ଋତୁ କୁ ଆଖିଆଗରେ ରଖି କୋଶଲ ରାଜ୍ୟ ସଂମନ୍ଵୟ ସମିତି ଓ ସେବା ଚେରିଟେବୁଲ ଟ୍ରଷ୍ଟ ବେଳପଡା ତହସିଲଦାର ଙ୍କୁ ପଲିଥିନ ଦେବା ପାଇଁ କହିଥିଲେ । ସେଠାରୁ ସଂଗଠନ ର ସଦସ୍ୟ ମାନେ ପଲିଥିନ ଆଣି ଆଜି ସେହି ଗାଁ ର ପୁତୁନା ବିଶି ଓ ଚମରା ନାଏକ ଙ୍କ ଘର ରେ ପଲିଥିନ ଘୋଡାଇବା ସହ ମରାମତି କରିଦେଇଥିଲେ ଏବଂ ପୁତୁନା ବିଶି ଙ୍କୁ ସେବା ଚେରିଟେବୁଲ ଟ୍ରଷ୍ଟ ର ଜଣେ ମହିଳା ସମାଜସେବୀକା ଶୁଖିଲା ଖାଦ୍ୟ ସହ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ । ଆଜିର ଏହି ମରାମତି କାର୍ଯ୍ୟ ରେ ସେବା ଚେରିଟେବୁଲ ଟ୍ରଷ୍ଟ ର ଉପସଭାପତି ଶ୍ରୀ ଗିରିରାଜ ଭୋଇ, କୋଶଲ ରାଜ୍ୟ ସଂମନ୍ଵୟ ସମିତିର ବନମାଳୀ ନାଏକ, ସେବୀକା ରାଜହନ୍ସ,ଅନିତା ଭୋଇ, ସନ୍ୟାସୀ ନାଏକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ସମାପନ କରିଥିଲେ । ଏହି ମହତ କାର୍ଯ୍ୟ କୁ ଅଂଚଳରେ ବେଶ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.