ଆଜି  କରୋନାକୁ ନେଇ ବଡ଼ ଘୋଷଣା କରିବେ ରାଜ୍ୟ ସରକାର।

0 43
ଭୁବନେଶ୍ୱର: ଆଜି  କରୋନାକୁ ନେଇ ବଡ଼ ଘୋଷଣା କରିବେ ରାଜ୍ୟ ସରକାର। କୋଭିଡ୍ ପରିଚାଳନା ନେଇ ରାଜ୍ୟ ସରକାର କରିବେ ବଡ଼ ଘୋଷଣା। ଆଜି  ଦିନ ୧୦ଟାରେ ବଡ଼ ଘୋଷଣା କରିବା ନେଇ ସୂଚନା ମିଳିଛି। ତେବେ କରୋନା ବଢୁଥିବାକୁ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର।

ତେବେ ଗତ କାଲି  ପୁଣି ନୂଆ ରେକର୍ଡ କରିଛି କରୋନା। ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୦ ହଜାର ୪୧୩ ଜଣ କରୋନା ପଜିଟିଭ ଚିହ୍ନଟ। 

ତେବେ ନୂଆ ୧୦୪୧୩ ସଂକ୍ରମିତଙ୍କ ମଧ୍ୟରୁ ପୁଣି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଚିହ୍ନଟ। ଖୋର୍ଦ୍ଧାରୁ ୧୭୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧୦୦ ପଜିଟିଭ ଚିହ୍ନଟ । ସେହିପରି କଟକରୁ ୮୨୮, ପୁରୀରୁ ୫୩୩, ବରଗଡ଼ରୁ ୫୧୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଝାରସୁଗୁଡ଼ାରୁ ୪୪୨, ସମ୍ବଲପୁରରୁ ୪୨୬, ନୂଆପଡ଼ାରୁ ୪୧୮, ଅନୁଗୁଳରୁ ୩୯୨, ନବରଙ୍ଗପୁରରୁ ୩୭୮, କଳାହାଣ୍ଡିରୁ ୩୭୬, ଯାଜପୁରରୁ ୩୩୨, ମୟୂରଭଞ୍ଜରୁ ୨୪୭, ଗଞ୍ଜାମରୁ ୨୩୨, ନୟାଗଡ଼ରୁ ୨୧୮, ଭଦ୍ରକରୁ ୨୦୧, ରାୟଗଡ଼ାରୁ ୨୦୦, ବଲାଙ୍ଗିରରୁ ୧୬୦, ଗଜପତିରୁ ୧୫୬, ସୁବର୍ଣ୍ଣପୁରରୁ ୧୩୦, କେନ୍ଦୁଝରରୁ ୧୨୬, ଦେବଗଡ଼ରୁ ୧୦୩ ଓ ଷ୍ଟେଟ୍ ପୁଲରୁ ୩୬୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.