ଆଜି କରୋନାରେ ଆଖି ବୁଜିଲେ ୨୬ ,ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୪୫୬କୁ ବୃଦ୍ଧି

0 7

ଭୁବନେଶ୍ୱର :  ଓଡ଼ିଶାରେ ବଢିବାରେ ଲାଗିଛି କରୋନା ସଂକ୍ରମଣ ଓ ମୃତ୍ୟୁ । ଦୈନିକ ସଂକ୍ରମଣ ୧୧ ହଜାର ଉପରେ ରହୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୨୦ ଉପରେ ରହୁଛି। ଗତକାଲି ରାଜ୍ୟରେ ସର୍ବାଧିକ ୨୭ ଜଣ କରୋନାରରେ ଆଖି ବୁଜିଥିବାବେଳେ ଆଜି ୨୬ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୪୫୬କୁ ବୃଦ୍ଧି ପାଇଛି।

ଆଜି ମୃତ ୨୬ ଜଣଙ୍କ ମଧ୍ୟରୁ ସବୁଠୁ ଆଗରେ ଅଛନ୍ତି ଖୋର୍ଦ୍ଧା ଓ କୋରାପୁଟ। ଏହି ଦୁଇ ଜିଲ୍ଲାରୁ ୪ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋ‍ଇଛି । ସେହିପରି ନୂଆପଡ଼ା, ରାୟଗଡ଼ା, ସୁନ୍ଦରଗଡ଼ରୁ ୩ ଲେଖାଏ କରୋନାରେ ଆଖି ବୁଜିଛନ୍ତି ।  ଅନ୍ୟପକ୍ଷେ  କଳାହାଣ୍ଡିରୁ ୨, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଗଜପତି, ଝାରସୁଗୁଡ଼ା, ନବରଙ୍ଗପୁର, ପୁରୀ, ସୁବର୍ଣ୍ଣପୁରରୁ ଜଣେ ଲେଖାଏ କରୋନାରେ ମୃତ୍ୟୁ ମୁଖରେ ପଡ଼ିଛନ୍ତି।

ଆଜିର ମୃତକଙ୍କୁ ମିଶାଇ ଖୋର୍ଦ୍ଧା ଓ କୋରାପୁଟ ଜିଲ୍ଲାରୁ ଯଥାକ୍ରମେ ୪୨୪ ଓ ୩୨ ଜଣଙ୍କର ମୃତ୍ୟୁ ଘଟିଛ। ସେହିପରି ମୃତ୍ୟୁ ସଂଖ୍ୟା ନୂଆପଡ଼ାରେ ୫୦, ରାୟଗଡ଼ାରେ ୯୫, ସୁନ୍ଦରଗଡ଼ରେ ୨୩୬ ଓ କଳାହାଣ୍ଡିରେ ୭୮ରେ ପହଞ୍ଚିଛି। ବରଗଡ଼ରେ ୪୮, ବଲାଙ୍ଗିରରେ ୫୯, ବୌଦ୍ଧରେ ୨୯, ଗଜପତିରେ ୪୫, ଝାରସୁଗୁଡ଼ାରେ ୩୨, ନବରଙ୍ଗପୁରରେ ୧୭, ପୁରୀରେ ୧୪୬ ଓ ସୁବର୍ଣ୍ଣପୁରରେ ୨୪ଜଣ କରୋନାରେ ଆଖି ବୁଜିଲେଣି।

ସୂଚନାଥାଉ କି, ଆଜି ରାଜ୍ୟରେ ୧୧, ୧୦୮ କରୋନା ରୋଗୀ ରାଜ୍ୟରେ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୬,୨୧୯ କ୍ୱାରେଣ୍ଟିନରେ ଥିବାବେଳେ ୪୮୮୯ ଲୋକାଲ କଣ୍ଟାକ୍ଟ ରହିଛି। ଲକ୍‌ଡାଉନ ଓ ସପ୍ତାହାନ୍ତ ସଟ୍‌ ଡାଉନ ପରେ କରୋନାରେ ଲାଗି ପାରୁନି ବ୍ରେକ୍‌ ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି।

Leave A Reply

Your email address will not be published.