ଆଜି ଠାରୁ ରାଜ୍ୟସାରା ଗଡ଼ିବ ବସ୍

0 16

ଭୁବନେଶ୍ୱର  :  ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକଡାଉନ୍ ଜାରି ରହିବ। ତେବେ ସାରା ରାଜ୍ୟରେ ଲକଡାଉନ୍ ସମୟରେ ବସ୍ ଚାଲିବ। ଏ ନେଇ ଗତକାଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।

ପୂର୍ବଭଳି ଜିଲ୍ଲା ଗୁଡ଼ିକୁ ଦୁଇଟି କ୍ୟାଟେଗୋରୀରେ ରଖାଯାଇଛି। କ୍ୟାଟେଗୋରୀ-ଏ’ରେ ୨୦ଟି ଓ କ୍ୟାଟେଗୋରୀ-ବି’ରେ ୧୦ଟି ଜିଲ୍ଲା ରହିଛନ୍ତି। କ୍ୟାଟେଗୋରୀ-ଏ’ରେ ଥିବା ଜିଲ୍ଲା ଗୁଡ଼ିକରେ ସପ୍ତାହରେ ସାତଦିନ ଯାଏ ଦୋକାନ ଖୋଲିବ। ସେହିପରି କ୍ୟାଟେଗୋରୀ-ବି’ରେ ସପ୍ତାହକୁ ୫ ଦିନ ଦୋକାନ ଖୋଲିବ। ପୂର୍ବଭଳି କ୍ୟାଟେଗୋରୀ-ବି’ ଜିଲ୍ଲାରେ ଶନିବାର ଓ ରବିବାର ଶଟଡାଉନ୍ ବଳବତ୍ତର ରହିବ।

ମୁଖ୍ୟ ଶାସନ ସଚିବ କହିଛନ୍ତି, ରାଜ୍ୟରେ ଏବେବି ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ। ଏଥିପାଇଁ ରାଜ୍ୟ ସରକାର କଟକଣା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ୟାଟେଗୋରୀ-ଏ’ରେ ଥିବା ୨୦ ଜିଲ୍ଲାରେ ସପ୍ତାହକ ସାତଦିନ ଯାଏ ସକାଳ ୬ଟାରୁ ରାତି ୮ଟା ଯାଏ ଦୋଦାକ ବଜାର ଖୋଲିବ। ସେହିପରି କ୍ୟାଟେଗୋରୀ-ବି’ରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ ଦୋକାନ ବଜାର ଖୋଲିବ। ଏହି ୧୦ଟି ଜିଲ୍ଲାରେ ସପ୍ତାହାନ୍ତ ଶଟଡାଉନ୍ ମଧ୍ୟ ବଳବତ୍ତର ରହିବ। ତେବେ କ୍ୟାଟେଗୋରୀ-ବି’ରେ ପୂର୍ବଭଳି ନାଇଟ୍ କର୍ଫ୍ୟୁ ଜାରି ରହିବ।

Leave A Reply

Your email address will not be published.