ଆଜି ‘ରୁଦ୍ରାକ୍ଷ’ର ଉଦଘାଟନ କରି ପ୍ରଧାନମନ୍ତ୍ରୀ ବାରଣାସୀକୁ ଭେଟି ଦେବେ ୧୫୦୦ କୋଟିର ବିକାଶ ଯୋଜନା

0 13

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନିଜର ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତ କରିବେ। ସେଠାରେ ସେ ଜାପାନ ଏବଂ ଭାରତର ବନ୍ଧୁତ୍ବର ପ୍ରତୀକ ଅନ୍ତରାଷ୍ଟ୍ରୀୟ ସହଯୋଗ ଏବଂ ସମ୍ମିଳନୀ କେନ୍ଦ୍ର ‘ରୁଦ୍ରାକ୍ଷ’ର ଉଦଘାଟନ କରିବେ। ଏହା ପ୍ରାଚୀନ ସହର କାଶୀର ସାଂସ୍କୃତିକ ସମୃଦ୍ଧିର ଝଲକ ଦେଖାଇବ।

ଏହା ସହ ୧୫୦୦ କୋଟିରୁ ଅଧିକ ଟଙ୍କାର ଅନେକ ଯୋଜନାର ଲୋକାପର୍ଣ ଏବଂ ଶିଳାନ୍ୟାସ କରିବେ ମୋଦୀ । ବାରଣାସୀ ଆସିବାର ଗୋଟିଏ ଦିନ ପୂର୍ବରୁ ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ ଗୋଟିଏ ପରେ ଗୋଟିଏ ଟ୍ବିଟ୍‌ କରିଛନ୍ତି।

ସେ ନିଜ ଟ୍ବିଟ୍‌ ମାଧ୍ୟମରେ କହିଛନ୍ତି, ‘ଆସନ୍ତାକାଲି ୧୫ ଜୁଲାଇରେ ମୁଁ ୧୫୦୦ କୋଟି ଟଙ୍କାରୁ ଅଧିକ ବିକାଶ ଯୋଜନାର ଉଦଘାଟନ କରିବି। ଏହି କାର୍ଯ୍ୟ କାଶୀ ଏବଂ ପୂର୍ବାଞ୍ଚଳ ଲୋକଙ୍କ ପାଇଁ ‘ଇଜ୍‌ ଅଫ୍‌ ଲିଭିଂ’କୁ ଆଗକୁ ନେବ।’

ଅନ୍ୟ ଏକ ଟ୍ବିଟ୍‌ରେ ମୋଦୀ ଲେଖିଛନ୍ତି, ‘ବାରଣାସୀରେ ଏକ ସମ୍ମଳନୀ କେନ୍ଦ୍ର ‘ରୁଦ୍ରାକ୍ଷ’ ଉଦଘାଟନ କରିବା ପାଇଁ ଖୁସୀ ଅଛି।’

Leave A Reply

Your email address will not be published.