ଆତ୍ମ ସମର୍ପଣ କଲେ ମାଓବାଦୀଙ୍କୁ ମିଳିବ ମାଗଣା ଚିକିତ୍ସା

0 11

ମାଲକାନଗିରି : ଛତିଶଗଡ଼ରେ ମାଓବାଦୀଙ୍କୁ କରୋନା ବ୍ୟାପିବା ପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କରୋନା କିମ୍ବା ଅନ୍ୟ ରୋଗରେ ପୀଡ଼ିତ ଥିଲେ ଆତ୍ମସମର୍ପଣ କରିବାକୁ ଅପିଲ୍ କରିଛନ୍ତି ମାଲକାନଗିରି ଏସ .ପି .ହୃଷିକେଶ ଖିଲାରୀ। ପୋଲିସ ପକ୍ଷରୁ ମାଓବାଦୀଙ୍କୁ ମାଗଣା ଚିକିତ୍ସା ଓ ଅନ୍ୟାନ୍ୟ ସହଯୋଗ କରାଯିବ ବୋଲି ଏସପି କହିଛନ୍ତି। ସେହିଭଳି ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାଁରେ କୌଣସି ମାମଲା ହେବ ନାହିଁ ବୋଲି କହିଛନ୍ତି। କିଛି ଗାଁରେ ମାଓବାଦୀଙ୍କୁ ଗ୍ରାମବାସୀ ପ୍ରବେଶ କରାଇ ଦେଉନଥିବା ଏସ୍ପି କହିଛନ୍ତି। ଛତିଶଗଡ଼ ମାଓ ସଙ୍ଗଠନରେ କରୋନା ବ୍ୟାପିଥିବା ପୋଲିସ ସ୍ପଷ୍ଟ କରିଥିବା ବେଳେ ଲାଲଗଡରେ ରହୁଥିବା ଗ୍ରାମବାସୀଙ୍କ ପାଇଁ ଏହା ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି

ସୀମାନ୍ତ ମାଲକାନଗିରିରେ ସକ୍ରିୟ ମାଓ ସଙ୍ଗଠନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିପାରେ। ତେଣୁ ମାଲକାନଗିରି ପୋଲିସ ଏହା ଉପରେ ନଜର ରଖିଥିବା ଏସପି କହିଛନ୍ତି। ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲାର ବିଭିନ୍ନ କ୍ୟାମ୍ପରେ ପ୍ରାୟ ୧୦ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଗତକାଲି ସୂଚନା ମିଳିଛି। ତେଣୁ ମାଓ ଶିବିରରେ କୋଭିଡକୁ ନେଇ ଆତଙ୍କ ଖେଳିଯିବା ସହ ଆଉ କିଛି ମାଓବାଦୀ କରୋନା ଭୟରେ ଶିବିର ଛାଡ଼ିଥିବା ଛତିଶଗଡ ପୋଲିସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.