ଆଫଗାନିସ୍ତାନରେ ଆରମ୍ଭ ହେଲା ତାଲିବାନ ସରକାର

ଘୋଷଣା ହେଲା ନୂଆ ସରକାର ର ରୂପରେଖ

0 15

ନୂଆଦିଲ୍ଲୀ – ଆଫଗାନିସ୍ତାନରେ ତାଲିବାନର ସରକାର ଗଠନ ହୋଇଛି । ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ଆଫଗାନିସ୍ତାରେ ତାଲିବାନୀ ସରକାରର ପ୍ରଧାନମନ୍ତ୍ରୀ ହେବେ । ମଧ୍ୟବର୍ତ୍ତୀ ସରକାରରେ ସିରାଜ ହକ୍କାନୀଙ୍କୁ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ପଦ ଦିଆଯାଇଛି । ମୁଲ୍ଲା ୟାକୁବଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଛି ।

ମୁଲ୍ଲାହ ହସନ ଅଖୁନ୍ଦ କ୍ୟାବିନେଟ୍‌ର ମୁଖ୍ୟ ହେବେ ଅର୍ଥାତ୍‌ ସେ ତାଲିବାନ ସରକାରରେ ପିଏମ୍‌ ପଦ ସମ୍ଭାଳିବେ । ଅବଦୁଲ୍‌ ଗନି ବରାଦର ଉପ ପ୍ରଧାନମନ୍ତ୍ରୀ ହେବେ । ଖୈରଉଲ୍ଲାହ ଖୈରରବ୍ବାଙ୍କୁ ସୂଚନା ମନ୍ତ୍ରୀର ପଦ ଦିଆଯାଇଛି । ଅବଦୁଲ ହକିମ୍‌ଙ୍କୁ ନ୍ୟାୟ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି । ଅବ୍ବାସ ଷ୍ଚାନିକଜଇଙ୍କୁ ଡେପୁଟୀ ବିଦେଶ ମନ୍ତ୍ରୀ  କରାଯାଇଛି । ଜବିରଉଲ୍ଲାହ ମୁହାହିଦଙ୍କୁ ସୂଚନା ମନ୍ତ୍ରାଳୟରେ ଡେପୁଟୀ ମନ୍ତ୍ରୀର ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.