ଆଫଗାନିସ୍ତାନର ରାଜଧାନୀ କାବୁଲ କୁ କବଜା କଲା ତାଲିବାନ

0 21

କାବୁଲ, : ଆଫଗାନିସ୍ତାନର ସମସ୍ତ ବଡ ସହର ଉପରେ କବଜା କରିବା ପରେ ଏବେ ତାଲିବାନର ଆତଙ୍କବାଦୀ ରାଜଧାନୀ କାବୁଲରେ ପଶିଯାଇଛି। ତାଲିବାନର ଅଧିକାରୀମାନେ ଦାବି କରିଛନ୍ତି ଯେ, ଆଗାମୀ ଦୁଇ ଘଣ୍ଟା ଭିତରେ କାବୁଲ ମଧ୍ୟ ଅକ୍ତିଆର କରିନେବ ତାଲିବାନ। ତାଲିବାନ ସେଠାରେ ପହଁଞ୍ଚିଛି ବୋଲି କାବୁଲର ସ୍ଥାନୀୟ ଲୋକ ମଧ୍ୟ କହିଛନ୍ତି। ଏହା ପୂର୍ବରୁ ଆଫଗାନିସ୍ତାନର ଏକ ସାଂସଦ ଓ ତାଲିବାନ କହିଛି ଯେ, ଚରମପନ୍ଥୀ କାବୁଲଠାରୁ ମାତ୍ର କିଛି ଦୂରରେ ପଶ୍ଚିମରେ ଥିବା ଏକ ପ୍ରାନ୍ତୀୟ ରାଜଧାନୀ ଉପରେ କବଜା କରିନେଇଛି।

ମିଳିଥିବା ଖବର ଅନୁସାରେ, କାବୁଲରେ ଏବେ କୌଣସି ହିଂସାକାଣ୍ଡ ଘଟି ନାହିଁ। ତାଲିବାନର ଆତଙ୍କବାଦୀ ବଡ ସହଜରେ ସହର ଭିତରେ ପଶି ଯାଇଥିଲେ। ତାଙ୍କୁ ରୋକିବାର କୌଣସି ଚେଷ୍ଟା କରାଯାଇନଥିଲା। ଗଣମାଧ୍ୟମର ସୂଚନା ଅନୁସାରେ, ତାଲିବାନ ନିଜର ଯୋଦ୍ଧାଙ୍କୁ ଆଫଗାନିସ୍ତାନର ରାଜଧାନୀ କାବୁଲରେ ହିଂସାକାଣ୍ଡ ନକରିବାର ନିର୍ଦେଶ ଦେଇଛି। ଏହା ସହିତ ଲୋକଙ୍କୁ ସେଠାରୁ ହଟିବାର ମଧ୍ୟ ଅନୁମତି ଦିଆଯାଇଛି।

ଏହା ଭିତରେ ଆଫଗାନିସ୍ତାନର ରାଷ୍ଟ୍ରପତି ଅଶରଫ ଗନି ନିଜର ଟ୍ବିଟର ଆକାଉଣ୍ଟରେ ମଧ୍ୟ ଏବେ ଏବେ ଏକ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଲେଖାଯାଇଛି, କାବୁଲରେ ଅଳ୍ପକିଛି ଗୁଳିକାଣ୍ଡ ହୋଇଥିଲା। କାବୁଲ ଉପରେ ଆକ୍ରମଣ ହୋଇନଥିଲା। ଦେଶର ସୁରକ୍ଷା ଓ ପ୍ରତିରକ୍ଷା ସହରର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅନ୍ତର୍ଜାତୀୟ ଅଂଶୀଦାର ସହିତ ମିଶି କାମ କରୁଛନ୍ତି।  ସ୍ଥିତି ନିୟନ୍ତ୍ରଣରେ ରହିଛି। ’

Leave A Reply

Your email address will not be published.