ଆର୍ଥିକ ହେର୍‌ଫେର୍ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌କୁ ୫ ଘଣ୍ଟା ହେଲା ଜେରା କଲା ଇଡି

0 18

ମୁମ୍ବାଇ: ଏକ ଆର୍ଥିକ ହେର୍‌ଫେର୍‌ ମାମଲେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌କୁ ଦୀର୍ଘ ୫ ଘଣ୍ଟା ହେଲାଣି ପଚରାଉଚରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଦିଲ୍ଲୀ ଅଫିସ୍‌ରେ ଜ୍ୟାକ୍‌ଲିନଙ୍କୁ ଜେରା କାରାଯଉଛି। ଜ୍ୟାକ୍‌ଲୀନଙ୍କ ପୂର୍ବରୁ ଜୁଲାଇ ୭ ତାରିଖରେ ୟାମୀ ଗୌତମଙ୍କୁ ପଚରାଉଚରା କରିଥିଲା ଇଡି। ଗିରଫ ହୋଇ ଦିଲ୍ଲୀ ଲୋହିଣୀ ଜେଲ୍‌ରେ ଥିବା ଠକ ସୁକେଶ ଚନ୍ଦ୍ରଶେଖର ବିରୋଧରେ ହୋଇଥିବା ଏକ ମାମଲା ଜ୍ୟାକ୍‌ଲିନଙ୍କୁ ପଚରାଉଚାର କରିବ ଇଡି। ତେବେ ଏହି ଘଟଣାସେ ଜ୍ୟାକ୍‌ଲୀନ ଇଡିର ସନ୍ଦେହ ଘରରେ ନାହାଁନ୍ତି। ତେବେ କୌଣସି ସୂଚନା ପାଇଁ ଇଡି ଜ୍ୟାକ୍‌ଲିନକୁ ସମନ କରିଛି।

ଦିଲ୍ଲୀର ରୋହିଣୀ ଜେଲ୍‌ରେ ଥିବା ଠକ ସୁକେଶ ବିରୋଧରେ ୨୦୦ କୋଟି ଟଙ୍କାର ଦାଦା ବଟି ଆଦାୟ ନେଇ ଅଭିଯୋଗ ହୋଇଛି। ଜଣେ ବ୍ୟବସାୟଙ୍କ ଠାରୁ ଦୀର୍ଘ ବର୍ଷେ ହେଲାଣି ସେ ଏହି ଟଙ୍କା ଜବରଦସ୍ତି ଆଦାୟ କରୁଥିଲେ। ତା ସହିତ ସୁକେଶ ବିରୋଧରେ ଜବରଦସ୍ତି ଟଙ୍କା ଆଦାୟର ୨୦ ଅନ୍ୟ ମାମଲା ରହିଛି। ଏହା ବାଦ୍ ସେ ଜେଲ୍‌ରେ ରହି ମଧ୍ୟ ଏକ ରାକେଟ୍ ଚଳାଉଛି ବୋଲି ଇଡି କହିଛି।

ଏହା ପୂର୍ବରୁ ଇଡି ସୁକେଶର ବାସଭବନରେ ରେଡ୍ କରିବା ସହିତ ତା ସହଯୋଗୀ ତଥା ଅଭିନେତ୍ରୀ ଲୀନା ମାରିଆ ପଲଙ୍କ ଘରେ ଚଢାଉ କରିଥିଲା। ଲୀନ ଜଣେ ଅଭିନେତ୍ରୀ। ସେ ଅଧିକାଂସ ମାଲାୟାଲମ ଫିଲ୍ମରେ ଅଭିନୟ କରିଥିବା ବେଳେ ଅନ୍ୟ ଭାଷାଭାଷି ଫିଲ୍ମରେ ବି ଅଭିନୟ କରିଛନ୍ତି। ଜନ ଆବ୍ରାହାମଙ୍କ ଫିଲ୍ମ ମଦ୍ରା କାଫେରେ ବି ତାଙ୍କୁ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.