ଆଶ୍ରମରେ ବାବାଙ୍କ ଗଞ୍ଜେଇ ବେପାର ! ଆଶ୍ରମରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା , ୩ ଗିରଫ

0 131

ନାକଟିଦେଉଳ : ଆଶ୍ରମରେ  ବାବା କରୁଥିଲେ ଗଞ୍ଜେଇ ବେପାର ! ତେବେ କୌଣସି ସୂତ୍ରରୁ ଖବର ପାଇଁ ପୁଲିସ ଅଚାନକ ଚଢ଼ଉ କରି ଗଞ୍ଜେଇ ଜବତ କରିବା ସହିତ ବାବାଙ୍କୁ ଗିରଫ କରିଛି।  ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳ ର ନାକ୍ଟିଦେଉଳ ପୁଲିସ ଗଞ୍ଜେଇ ବେପାର ଅଭିଯୋଗରେ ବାବାଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୁଲିସ ଗଞ୍ଜେଇ ଜବତ କରିବା ସହିତ ଆଶ୍ରମର ମୁଖ୍ୟ ବାବା ତ୍ରୀଲୋଚନ ଦାସ ଓରଫ ଦହି ବାବାଙ୍କ ସମେତ ସୁମନ୍ତ ସାହୁ ଓ ଦୁଃଶାସନ ସାହୁଙ୍କୁ ଗିରଫ କରିଛି। ତେବେ ଏହି କାରବାର କେତେଦିନ ଧରି ଚାଲିଥିଲା ଓ ଆଉ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ପୁଲିସ ତାହା ଉପରେ ତଦନ୍ତ କରୁଛି।

Leave A Reply

Your email address will not be published.