ଆସନ୍ତାକାଲି ଆଦ୍ୟାଶା ନିଉଜ ର ହୋ ଭାଷା You Tube ଚାନେଲ ଲୋକାର୍ପଣ ହେବ

0 109

ସମ୍ବଲପୁର (ପ୍ରସିଶ  ପଣ୍ଡା ) : ଆସନ୍ତାକାଲି ଆଦ୍ୟାଶା ନିଉଜ ପକ୍ଷ ରୁ ଓଡିଶା ର ପ୍ରାୟ 10 ଲକ୍ଷ ହୋ ଭାଷା ଭାଷୀ ଙ୍କ ପାଇଁ   ବଣେଇ ଠାରେ ହୋ ଭାଷା ର ଏକ YouTube ଚାନେଲ ଲୋକାର୍ପଣ ହେବାକୁ ଯାଉଛି ।

ସମ୍ପୂର୍ଣ କୋବିଡ଼  ନିୟମ ପାଳନପୂର୍ବକ ବଣେଇ ପୂର୍ତ୍ତ ଡାକବଙ୍ଗଳା ଠାରେ ବଣେଇ ବିଧାୟକ ତଥା ଓଡିଶା ର ଜଣେ ଜଣାଶୁଣା ଆଦିବାସି ନେତା ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡା ଙ୍କ ଦ୍ୱାରା ଲୋକାର୍ପଣ ହେବ । ସେହିପରି କୋଇଡା ର ଯୁବସମାଜସେବୀ ଭାବେ ପରିଚିତ ଶ୍ରୀଯୁକ୍ତ ବାଦଲ ବାରିକ ସମ୍ମାନିତ ଅତିଥି ଭାବେ ଯୋଗଦେବେ ।

ଏହି ଅବସର ରେ କୋବିଡ଼ ଯୋଦ୍ଧ। ଭାବେ କିଛି ସମାଜସେବୀ ଓ ସାମ୍ବାଦିକ ଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନ ର ସଂପାଦିକା ଶ୍ରୀମତୀ ରଶ୍ମିତା ରାଉତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.