ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର

ଦୁଇଦିନିଆ କର୍ମଶାଳାରେ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

0 13

ଭୁବନେଶ୍ୱର,: ଆସନ୍ତା ୩୧ ତାରିଖରେ ଓଡ଼ିଶା ଆସୁଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ଡ. ଏ ଚେଲ୍ଲା କୁମାର । କଂଗ୍ରେସ ଭବନରେ ଅନୁଷ୍ଠିତ ହେବାକୁ ଥିବା ଦୁଇ ଦିନିଆ କର୍ମଶାଳାକୁ ଉଦ୍‌ଘାଟନ କରିବା ସହିତ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ । ପ୍ରଦେଶ କଂଗ୍ରେସ ମୁଖପାତ୍ର ତଥା ରାଜ୍ୟ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏହି ସୂଚନା ଦେଇଛନ୍ତି ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଏଆଇସିସି ସମ୍ପାଦକ ଜି. ରୁଦ୍ର ରାଜୁ ଓ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଦ୍‌ବୋଧନ ଦେବେ । ଏଥିରେ ସମସ୍ତ ଜିଲ୍ଲା କଂଗ୍ରେସ ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ, ରାଜ୍ୟ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ସେବାଦଳ ଓ ମହିଳା କଂଗ୍ରେସର ମୁଖ୍ୟମାନଙ୍କ ସହ ପ୍ରଦେଶ କଂଗ୍ରେସର ସମସ୍ତ ପ୍ରକୋଷ୍ଠର ଅଧ୍ୟକ୍ଷମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ସେପ୍ଟେମ୍ୱର ୧ରେ ୨୦୧୯ ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ଲୋକସଭା ଓ ବିଧାନସଭାରେ ପ୍ରାର୍ଥୀ ହୋଇଥିବା ନେତାମାନେ ଯୋଗଦେବେ । ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ୫ଟି ସମ୍ପାନରେ, ପ୍ରଫେସର ଦାସ ବେନୁହୁର, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଯଜେ୍ଞଶ୍ୱର ବାବୁ ଓ ବୁଦ୍ଧିଜୀବୀ ସୁଦର୍ଶନ ଦାସ ବକ୍ତବ୍ୟ ରଖିବେ । କାର୍ଯ୍ୟକ୍ରମକୁ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଓ ପ୍ରଦୀପ ମାଝୀ ପରିଚାଳନା କରିବେ ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.