ଆସନ୍ତା ସପ୍ତାହରେ ଲଘୁଚାପ, ୧୭ରୁ ବଢ଼ିବ ବର୍ଷା

0 5

ଭୁବନେଶ୍ୱର: ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ହେବାର ସମ୍ଭାବନା ଅଛି,  ଯାହା ପ୍ରଭାବରେ ରାଜ୍ୟରେ ୧୭ରୁ ବର୍ଷା ବଢ଼ିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।

ଜଳବାୟୁ ଓ ପାଣିପାଗ ବିଶେଷଜ୍ଞ  ପୂର୍ବାନୁମାନ କରିଛନ୍ତି ଯେ, ଆଜି ରାଜ୍ୟରେ ହାଲୁକା ଖରା ଓ କାଁ ଭାଁ ବର୍ଷା ହେବ । ୨୦ରୁ ବର୍ଷା ବଢ଼ିବ । ୨୪ ପର୍ଯ୍ୟନ୍ତ ଅଧିକ ବର୍ଷା ହେବ । ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ବର୍ଷା ବଢ଼ିବ ବୋଲି ଡ. ସାହୁ ଆକଳନ କରିଛନ୍ତି । ସେହିପରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ, ରାଜ୍ୟରେ ଏବେ ମୌସୁମୀ ଦୁର୍ବଳ ଅଛି । ତେଣୁ ଦୁଇ ଦିନ ବର୍ଷା କମ ରହିବ । ତେବେ ୧୭ରୁ ରାଜ୍ୟରେ ବର୍ଷା ବଢ଼ିବ । କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି ।

ବୁଧବାର ସକାଳ ୮ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ନୟାଗଡ଼ ଜିଲ୍ଲାରେ ୧୦ ମିମି ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ୭ ମିମି, କୋରାପୁଟରେ ୫ ମିମି ଓ ଟିଟିଲାଗଡ଼ରେ ୩ ମିମି ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ବାଣପୁରରେ ୫୨ମିିମି, ରାଜଗାଙ୍ଗପୁରରେ ୫୧ ମିମି, ଟିକାବାଲିରେ ୪୯ ମିିମି, ଖଣ୍ଡପଡ଼ାରେ ୪୪ ମିିମି, କୋମନାରେ ୪୧ ମିିମି ବର୍ଷା ହୋଇଥିବା ରାଜ୍ୟ ଜଳସମ୍ପଦ ବିଭାଗ ରେକର୍ଡ କରିଛି ।

Leave A Reply

Your email address will not be published.