ଆସନ୍ତା ୨ ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

0 14

ଭୁବନେଶ୍ୱର,୧୪: ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି । ଅନୁମାନ କରାଯାଉଛି, ଆସନ୍ତା ଦୁଇଦିନ ଦକ୍ଷିଣ ଓଡ଼ିଶାରେ ହିଁ ମୁଖ୍ୟତଃ ବର୍ଷା ହେବ । ବଡ଼ ଧରଣର ବର୍ଷା ହେବନି । ମାତ୍ର ଅସରାଏ ଲେଖାଏଁ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ୧୬ ଓ ୧୭ ତାରିଖରେ କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି।

ମଙ୍ଗଳବାର ଦିନ ଭିତରେ ପୁରୀ ଭିତରେ ୨୫ ମିଲିମିଟର ବର୍ଷା ସମ୍ଭାବନା ଥିବାବେଳେ ତାଳଚେରରେ ୪୦ ମିମି, ମାଲକାନଗିରିରେ ୪୩.୪, ନୟାଗଡ଼ରେ ୩୦, ଦାରିଙ୍ଗିବାଡ଼ିରେ ୧୯, ଚାନ୍ଦବାଲିରେ ୧୨.୭, ଟିଟିଲାଗଡ଼ରେ ୧୪.୪ ମିମି ବର୍ଷା ହୋଇଥିଲା । ଭୁବନେଶ୍ୱର, କଟକ ସମେତ କେତେକ ଜାଗାରେ ବି ବର୍ଷା ହୋଇଛି ।

Leave A Reply

Your email address will not be published.