ଇଓଏସ୍-୦୩ ଉତକ୍ଷେପଣ: ମିଶନ ଫେଲ

0 27

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆଜି ସକାଳ ୫ଟା ୪୩ରେ ଉପଗ୍ରହ (ଇଓଏସ୍-୦୩) ଉତ୍‌କ୍ଷେପଣ କରିଛି। ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟରୁ ଏହା ଜଣାଯାଇଛି। ଏହି ଉପଗ୍ରହ ଅବଲୋକନ ସେଟଲାଇଟ ଅଟେ, ଯାହାକି ମହକାଶରୁ ଭାରତ ସୀମା ଉପରେ ନଜର ରଖିବ। ଏଥି ପାଇଁ ଏହାକୁ ‘ଆଇ ଇନ ଦ ସ୍କାଏ’ କୁହାଯାଉଛି । ସୀମା ସୁରକ୍ଷା ନାଁରେ ଏହି ଉପଗ୍ରହ କାମକୁ ଆସିବ। ଏହି ଜିଓ ସେଟଲାଇଟର ନାମ ଇଓଏସ-୦୩।

କେବଳ ସେତିକି ନୁହେଁ ଇଓଏସ୍-୦୩ ପ୍ରାକୃତିକ ବିପର୍ଯ୍ୟୟ ଏବଂ ପାଣିପାଗ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବ। ଏହାର ମାଧ୍ୟମରେ ଜଳୀୟ ସ୍ରୋତ, ଫସଲ ଓ ଜଙ୍ଗଲରେ ହେଉଥିବା ପରିବର୍ତ୍ତନ ସଂପର୍କରେ ତଥ୍ୟ ମିଳିପାରିବ। ଏହାର ମିଶନ ଅବଧି ୧୦ ବର୍ଷ ହେବ। ପ୍ରଥମ ଥର ପାଇଁ ଇସ୍ରୋ ୫ଟା ୪୫ରେ ନିଜର କୌଣସି ଉପଗ୍ରହ ଉତ୍‌କ୍ଷେପଣ କରିଛି। ଉତକ୍ଷେପଣ ପାଇଁ ଜିଏସଏଲଭି-ଏମକେ୨ ରକେଟ ଉପଯୋଗ କରାଯାଇଛି। ଏହି ରକେଟକୁ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରର ୨ୟ ଲଞ୍ଚିଂ ପ୍ୟାଡରୁ ମହାକାଶକୁ ଉତକ୍ଷେପଣ କରାଯାଇଛି।

ଇସ୍ରୋ ଏହି ଉପଗ୍ରହକୁ ୫ଟା ୪୩ରେ ସଫଳତାପୂର୍ବକ ଉତକ୍ଷେପଣ କରିଥିଲା। ସବୁ କାମ ନିଜର ନିର୍ଦ୍ଧାରିତ ସମୟ ମଧ୍ୟରେ କରିଥିଲା। ପୂରା ଯାତ୍ରା ୧୮.୩୯ ମିନିଟର ଥିଲା। ଶେଷ ସମୟରେ ବୁଷ୍ଟର ଅଲଗା ହେବା ପୂର୍ବରୁ କ୍ରାୟୋଜେନିକ ଇଂଜିନରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଏହି କାରଣରୁ ଇସ୍ରୋକୁ ତଥ୍ୟ ମିଳିବା ବନ୍ଦ ହୋଇଯାଇଥିଲା। ଲାଇଫ ପ୍ରସାରଣ ଦେଖିବାରେ ବୈଜ୍ଞାନିକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯାଞ୍ଚ ପରେ ମିଶନ କଣ୍ଟ୍ରୋଲ ସେଣ୍ଟରରେ ବସିଥିବା ଇସ୍ରୋ ମୁଖ୍ୟ ଡ. କେ ସିବନଙ୍କୁ ଏହାର ସୂଚନା ଦିଆଯାଇଥିଲା। ପରେ ଘୋଷଣା କରାଗଲା ଯେ, ଇଓଏସ୍-୦୩ ମିଶନ ଆଂଶିକ ଭାବରେ ବିଫଳ ହୋଇଯାଇଛି। ଲାଇଫ ପ୍ରସାରଣ ବନ୍ଦ କରି ଦିଆଗଲା।

ଇସ୍ରୋ ମୁଖ୍ୟ ଡ. କେ ସିବନଙ୍କ ଅନୁମତି ପରେ ମିଶନ ଡାଇରେକ୍ଟର ଏବଂ ଲଞ୍ଚ ହ୍ୱିଲର ନିର୍ଦ୍ଦେଶକ ଅଟୋମେଟିକ ଲଞ୍ଚ ସ୍ୱିକେନ୍ସର ଘୋଷଣା କରିଥିଲେ। ଏହାର ସମସ୍ତ କାମ କମ୍ପ୍ୟୁଟର ମାଧ୍ୟମରେ ହୋଇଛି। ଏଥି ପାଇଁ ସମସ୍ତ ସ୍ୱିକ୍ୱେନ୍ସକୁ କମ୍ପ୍ୟୁଟରରେ ଫିଡ କରି ଦିଆଯାଇଥିଲା।

Leave A Reply

Your email address will not be published.