ଇରାକ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଆତ୍ମଘାତୀ ଆକ୍ରମଣ, ୫ ଆହତ

0 6

ନୂଆଦିଲ୍ଲୀ,  : ଇରାକର ପ୍ରଧାନମନ୍ତ୍ରୀ ବାସଭବନ ଉପରେ ରବିବାର ସକାଳୁ ଆତ୍ମଘାତୀ ଆକ୍ରମଣ। ପ୍ରଧାନମନ୍ତ୍ରୀ ମୁସ୍ତଫା ଅଲ-କଦିମୀଙ୍କୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିଲା। ତେବେ ପ୍ରଧାନମନ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେ ସମ୍ପୂର୍ଣ୍ଣ ରୂପରେ ସୁରକ୍ଷିତ ଅଛନ୍ତି। ଏହି ଆତ୍ମଘାତୀ ଆକ୍ରମଣ ଯେଉଁ ସମୟରେ ହୋଇଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ତାଙ୍କ ଆବାସରେ ଉପସ୍ଥିତ ଥିଲେ। ଏହି ଆକ୍ରମଣରେ ୫ ଜଣ ଆହତ ହୋଇଛନ୍ତି। ଡ୍ରୋନ୍‌ରେ ବିସ୍ଫୋଟକ ଲଦି ଏହି ବିସ୍ଫୋରଣ କରାଯାଇଛି।

ଏହି ଆକ୍ରମଣର କିଛି ସମୟ ପରେ ପ୍ରଧାନମନ୍ତ୍ରୀ କଦିମi ଟ୍ଵିଟ୍ କରିଛନ୍ତି। ସେ ସୁରକ୍ଷିତ ଥିବା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଭଗବାନଙ୍କ ଦୟାରୁ ମୁଁ ସୁରକ୍ଷିତ ଅଛି। ଇରାକରେ ଶାନ୍ତି ଏବଂ ସଂଯମତା ରକ୍ଷା କରିବାକୁ ମୁଁ ଆହ୍ଵାନ କରୁଛି।

ତେବେ ଏହି ଆତ୍ମଘାତୀ ଆକ୍ରମଣ ପଛରେ ଏଯାଏଁ କେହି ନିଜକୁ ଦାୟୀ କରିନାହାଁନ୍ତି। ଏହି ଆକ୍ରମଣର ଖବର ସାମ୍ନାକୁ ଆସିବା ମାତ୍ରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବୃଦ୍ଧି ପାଇବା ସହିତ ଗୁପ୍ତଚର ସଂସ୍ଥାକୁ ମଧ୍ୟ ସତର୍କ କରାଯାଇଛି ।

Leave A Reply

Your email address will not be published.