ଇ-ସାହିତ୍ୟ ପତ୍ରିକା ଆଦ୍ୟାଶା ର ପ୍ରଥମ ବାର୍ଷିକ ଉତ୍ସବ ପାଳନ

0 69

ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କୁଡ଼ାନାଳି ଗ୍ରାମରୁ ପ୍ରକାଶିତ ଇ-ସାହିତ୍ୟ ପତ୍ରିକା ଆଦ୍ୟାଶା ର ପ୍ରଥମ ବାର୍ଷିକ ଉତ୍ସବ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ଅତିଥି ଭାବେ ରାଜ୍ୟ ବୟନ ଓ ହସ୍ତତନ୍ତ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ,ରେଙ୍ଗାଳି ବିଧାୟକ ଶ୍ରୀଯୁକ୍ତ ନାଉରି ନାୟକ ଓ ପାଟଣାଗଡ଼ ବିଧାୟକ ଶ୍ରୀଯୁକ୍ତ ସରୋଜ ମେହେର ଅନଲାଇନ ମାଧ୍ୟମରେ ଯୋଗ ଦେଇ ପତ୍ରିକା ର ଉତରତୋର ଉନ୍ନତି କାମନା କରିବା ସହ ନବାଗତ ସାହିତ୍ୟିକ ମାନଙ୍କୁ ଲୋକଲୋଚନକୁ ଆଣୁଥିବାରୁ ଆଦ୍ୟାଶା ର ଭୁୟସୀ ପ୍ରଶଂସା କରିଥିଲେ।

ପତ୍ରିକା ର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ସରୋଜ କୁମାର ରାଉତ ଙ୍କ ଅଧ୍ୟକ୍ଷତାରେ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମ୍ପାଦିକା ଶ୍ରୀମତୀ ରଶ୍ମିତା ରାଉତ ପତ୍ରିକା ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଜଗଦିଶ ଭୋଇ, ରଞ୍ଜିତ ପଣ୍ଡା, ସଂଜୀବ ପାଣିଗ୍ରାହୀ, ପ୍ରଶିଷ ପଣ୍ଡା ଯୋଗ ଦାନ କରିଥିବା ବେଳେ ପରିଚାଳନା ସମ୍ପାଦକ ଶ୍ରୀ ବିନୟ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.