ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପରଲୋକ

0 9

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପରଲୋକ ହୋଇଛି। ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟଗ୍ରାଜୁଏଟ୍ ଅଫ୍‌ ମେଡିକାଲ ସାଇନ୍ସ(ଏସ୍‌ଜିପିଜିଆଇ) ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି କଲ୍ୟାଣ ସିଂହ। ଶରୀର ବିଭିନ୍ନ ଅଙ୍ଗ କାମ କରୁନଥିବାରୁ ତାଙ୍କର ପରଲୋକ ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା।

ଜୁଲାଇ ୪ ତାରିଖରେ କଲ୍ୟାଣ ସିଂହ ହଠାତ୍ ଅସୁସ୍ଥ ହୋଇପଡ଼ିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଏସ୍‌ଜିପିଜିଆଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତୀ ନହେବାରୁ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମ୍‌ରେ ରଖାଯାଇଥିଲା। କଲ୍ୟାଣ ସିଂହଙ୍କୁ ମେଡିସିନ୍, କାର୍ଡିଓଲୋଜୀ, ନେଫ୍ରୋଲୋଜୀ, ନ୍ୟୁରୋଲୋଜୀ ଏବଂ ଏଣ୍ଡକ୍ରିନୋଲୋଜୀ ବିଭାଗର ଡାକ୍ତରୀ ଟିମ ଲଗାତାର ଭାବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଥିଲେ। ହେଲେ ସେପ୍ଟେସେମିଆ ଯୋଗୁ କଲ୍ୟାଣ ସିଂହଙ୍କ ଶରୀର ଅନେକ ଅଙ୍ଗ କାମ କରୁନଥିଲା। ଶେଷରେ ଡାକ୍ତରଙ୍କ ଶତ ଚେଷ୍ଟା ପରେ ୮୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି କଲ୍ୟାଣ ସିଂହ।

Leave A Reply

Your email address will not be published.