ଏକ ଟନ ଗଞ୍ଜେଇ ଜବତ, ୩ ଗିରଫ : ଟ୍ରକ, କାର, ବାଇକ ଜବତ

0 104

ଜୟପୁର,  ରା :ବାହାରକୁ ଚାଲାଣ ପାଇଁ ଗଂଜେଇ ଲୋଡିଂ ହେଉଥିବା ବେଳେ ଜୟପୁର ନିକଟସ୍ଥ ଜବାକନାଡି ଅଂଚଳରୁ ଏକ ଟନ ଆଠ କେଜି ଗଂଜେଇ ଜୟପୁର ସଦର ପୋଲିସ ଦ୍ବାରା ଜବତ ହୋଇଛି। ଏହାର ଆନୁମାନିକ ବଜାର ମୂଲ୍ୟ କୋଟିଏ ପାଂଚ ଲକ୍ଷ ଟଙ୍କା ହେବ ବୋଲି ଜୟପୁର ଏସଡିପିଓ କହିଛନ୍ତି। ଏହି ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଛି। ଏଥିସହ ଗୋଟିଏ ଟ୍ରକ , କାର, ବାଇକ,୪ଟି ମୋବାଇଲ ସହ ନଗଦ ଏକ ଲକ୍ଷ ୬୫ ହଜାର ଟଙ୍କା ଜବତ କରିଛି ପୋଲିସ।ଏସବୁ ଗଂଜେଇ ଜଲାପୁଟ ଅଂଚଳରୁ ଆଣି ରାଜ୍ୟ ବାହାରକୁ ଚାଲାଣ ହେଉଥିଲା।

Leave A Reply

Your email address will not be published.