ଏସିଏଫ୍ ସୌମ୍ୟ ରଞ୍ଜନ ମୃତ୍ୟୁ ଘଟଣା ରହସ୍ୟମୟ ହେଉଛି

0 12

ଭୁବନେଶ୍ୱର : ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ନୂଆ ମୋଡ଼ ନେଇଛି । ସୌମ୍ୟଙ୍କ ମୃତ୍ୟୁକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ଏବେ ବି ଏହି ଘଟଣା ରହସ୍ୟ ଘେରରେ ରହିଛି । ତେବେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ଗତକାଲି ସୌମ୍ୟଙ୍କ ସରକାରୀ କ୍ୱାର୍ଟର୍ସକୁ ଯାଇ ତାଲା ଖୋଲି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ । ଯାଞ୍ଚ ସମୟରେ ସେଠାରେ ସୌମ୍ୟଙ୍କ ବାପା, ଭାଇ ଓ ଆଇନଜୀବୀ ପାର୍ଥସାରଥୀ ପ୍ରମୁଖ ଉପସ୍ଥିତ ରହି ପୋଲିସକୁ ସହଯୋଗ କରିଥିଲେ ।

ତେବେ ଶ୍ରୀ ନାୟକ ପୋଲିସକୁ ନିଜ ବୟାନରେ କହିଥିଲେ ଯେ, ସୌମ୍ୟ ଜଳିଯାଉଥିବାର ଦେଖି ତାଙ୍କର ପତ୍ନୀ ବିଦ୍ୟାଭାରତୀ ଚିକ୍ରାର କରିବା ପରେ ଆଖପାଖର ଲୋକେ ଦୌଡ଼ି ଆସିଥିଲେ । ମାତ୍ର ଘର ମଧ୍ୟରେ କୌଣସି ଜାଗାରେ ଜଳାପୋଡ଼ାର ଚିହ୍ନ ବର୍ଣ୍ଣ ନାହିଁ । ଘରର କାନ୍ଥରେ ପୋଡ଼ା ଚିହ୍ନ ନଥିବା ବେଳେ ଛାତର ଅଳନ୍ଧୁ ମଧ୍ୟ ପୂର୍ବ କରି ରହିଛି । ପାରିପାଶ୍ୱିର୍କ ଅବସ୍ଥାକୁ ଦେଖିଲେ ଜଣାପଡ଼ୁଛି, ଅନ୍ୟ କୌଣସି ସ୍ଥାନରେ ଏହି ଘଟାଯାଇଛି । ତେଣୁ ପୋଲିସ ଏନେଇ ଉପଯୁକ୍ତ ତଦନ୍ତ କରିବା ଦରକାର ବୋଲି ସେ କହିଛନ୍ତି ।

Leave A Reply

Your email address will not be published.