ଓଡିଶା ରେ ମହାମାରୀ ନେଲା ୧୪ ଜୀବନ

0 29

ଭୁବନେଶ୍ୱର : ଆଜି ୧୪ ଜଣଙ୍କର ମହାମାରୀ ନେଲା  ଜୀବନ। ପ୍ରତିଦିନ କରୋନାକୁ ନେଇ ଛାତି ଥରାଇ ଦେବା ପରି ଘଟଣା ସାମ୍ନାକୁ ଆସୁଛି। ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି କରୋନା। ଦୈନିକ ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି। ଗତକାଲି ୧୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ୧୪ ଜଣଙ୍କର ମୃତ ଘଟିଛି। 

କୋରାପୁଟ ଓ ସୁନ୍ଦରଗଡ଼ରୁ ସର୍ବାଧିକ ୩ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ଘଟିଛି । ସେହିପରି ଖୋର୍ଦ୍ଧା ଓ ରାୟଗଡ଼ା ଜିଲ୍ଲାରୁ ୨ ଲେଖାଏଁ ଓ ଗଞ୍ଜାମ, କଳାହାଣ୍ଡି, ନବରଙ୍ଗପୁର ଓ ସମ୍ବଲପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୪୩କୁ ବୃଦ୍ଧି ପାଇଛି। 

ସୂଚନାଥାଉ କି, ଆଜି ରାଜ୍ୟରୁ ଶୁକ୍ରବାର ମଧ୍ୟ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଗୁରୁବାର ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଥିବା ବେଳେ ଶୁକ୍ରବାର ପୁଣି ଏହା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୬୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ବି ତାଲିକାର ଉପରେ ରହିଛି ଖୋର୍ଦ୍ଧା।

Leave A Reply

Your email address will not be published.