ଓୟୁଜେ ପକ୍ଷରୁ ରେଢ଼ାଖୋଲ ଉପଜିଲ୍ଲାପାଳଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ

0 25

ରେଢ଼ାଖୋଲ : ରେଢାଖୋଲ ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ(ଓୟୁଜେ) ରେଢାଖୋଲ ଶାଖା ପକ୍ଷରୁ ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଜିଲ୍ଲାପାଳ ପବିତ୍ର ମୋହନ ବେହେରାଙ୍କୁ ଗୁରୁବାର ଏକ ସୌଜନ୍ୟ ମୂଳକ ସାକ୍ଷାତକାର କରିଛନ୍ତି।

ଓୟୁଜେ ସମ୍ବଲପୁର ଜିଲ୍ଲା ଉପସଭାପତି ଜୟନ୍ତ କୁମାର ଖଡିରତ୍ନଙ୍କ ଅଧ୍ୟକ୍ଷତାରେ ସଂଘର ସମସ୍ତ ସଭ୍ୟ ଓ  ସଭ୍ୟା ଯୋଗ ଦେଇ ଉପଖଣ୍ଡ ଅଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ସମସ୍ୟା, ବିକାଶ ଏବଂ ସରକାରୀ ସ୍ତରରେ ସାମ୍ବାଦିକ ମାନଙ୍କୁ ଆଗୁଆ ସୂଚନା ଦେବାକୁ ପ୍ରକାଶ କରିବା ସହ କରୋନା ମହାମାରୀ ଉପରେ ପ୍ରଶାସନ ପକ୍ଷରୁ ସଚେତନତା କରା ଯିବାକୁ ସାକ୍ଷାତକାରରେ ଆଲୋଚନା ହୋଇଥିଲା। ଏଥିରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ବେହେରା ପ୍ରଶାସନ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମନ୍ୱୟ ତଥା ସହଯୋଗରେ ଅଞ୍ଚଳର ବିକାଶ,  ବିଭିନ୍ନ ସମସ୍ୟାର ସମାଧାନ  ସମ୍ଭବ ବୋଲି ମତ ପ୍ରକାଶ କରିଥିଲେ।  ଏହି ସାକ୍ଷାତକାର ଅବସରରେ ଓୟୁଜେ ରେଢ଼ାଖୋଲ ଶାଖାର ସଭାପତି ରମାକାନ୍ତ ମହାନନ୍ଦ, ତପନ କୁମାର ବିଶ୍ବାଳ, ଅନିଲ କୁମାର ପୃଷ୍ଟି, ସୁଶାନ୍ତ ନାଗ, ପ୍ରସନ୍ନ କୁମାର ପ୍ରସନ୍ନ, ସରତ କୁମାର ପ୍ରଧାନ, ଜିତେନ୍ଦ୍ର କୁମାର ସାହୁ, ମମତା ପାତ୍ର, ଶଙ୍କର ପୃଷ୍ଟି, ରୋହିତ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହାରାଧନ ମେଣ୍ଡୁଲି  ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.