କରୋନାରେ ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ଦେହାନ୍ତ

0 17

ଭଞ୍ଜନଗର : ଭଞ୍ଜନଗରର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ଦେହାନ୍ତ । କରୋନା ସଂକ୍ରମିତ ହେବା ଯୋଗୁଁ ତାଙ୍କର ଦେହାନ୍ତ ହୋଇଛି । ସେ ଭଞ୍ଜନଗର ନିକଟ ସାନକୋଦଣ୍ଡା ଗ୍ରାମରେ  ୧୯୩୯ ମସିହା ମେ’ ମାସ ୧୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ କଂଗ୍ରେସରୁ ୮୫ରୁ ୯୦ମସିହା ପର୍ଯ୍ୟନ୍ତ ଓଡିଶା ବିଧାନସଭାକୁ ଭଞ୍ଜନଗରରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।

ସେ ଜଣେ ଭଲ ଅଭିନେତା ମଧ୍ୟ ଥିଲେ । ଓଡ଼ିଆ ଚଳଚିତ୍ର ମା’, କା’, ଅମଡ଼ା ବାଟ ଆଦିରେ ଅଭିନୟ କରିଥିଲେ । ଏହାସହ ସୁପରହିଟ୍ ହିନ୍ଦୀ ଚଳଚ୍ଚିତ୍ର ଭିଗେ ପଲକେରେ ରାଜବବର ଏବଂ ସ୍ମିତା ପାଟିଲଙ୍କ ସହ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ରାଜବବର ଏବଂ ସ୍ମିତା ପାଟିଲଙ୍କ ଅନୁରୋଧ କ୍ରମେ ବମ୍ବେ ଯାଇ ଦୁହିଁଙ୍କ ଅତିଥି ହୋଇଥିଲେ ।

ସେ  ୧୯୯୭ରୁ ୧୯୯୯ ମସିହା ଓରେଡା ନିଗମ ଅଧକ୍ଷ ଥିଲେ । ୧୯୯୭ରୁ ୨୦୦୧ ମସିହା ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଥିଲେ ।

Leave A Reply

Your email address will not be published.