କରୋନାରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରକୁ ମିଳିବ ସରକାରୀ ସହାୟତା

0 20

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଭାରତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଲୋକଙ୍କର ପରିବାର ଲୋକଙ୍କୁ ସହାୟତା ରାଶି ଯୋଗାଇ ଦେବା ନେଇ ନୀତି ନିଦ୍ଧାରଣ କରାଯାଉ । ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି କି, କୋର୍ଟଙ୍କ ତରଫରୁ ସହାୟତା ରାଶି ନିର୍ଦ୍ଧାରଣ କରି ପାରିବେ ନାହିଁ    । ସରକାର ପୀଡିତ ପରିବାରକୁ ସହାୟତା ଦେବା ନେଇ ନିଷ୍ପତ୍ତି କରିପାରିବେ । କୋର୍ଟ କହିଛନ୍ତି କି, ସରକାର ତାଙ୍କ ଆର୍ଥିକ କ୍ଷମତା ଅନୁସାରେ ସହାୟତା ରାଶି ଘୋଷଣା କରିପାରିବେ । ନିୟମ ଓ ଆର୍ଥିକ କ୍ଷମତା ମୁତାବକ ନ୍ୟାସନାଲ ଡିଜାଷ୍ଟାର ମ୍ୟାନେଜମେଣ୍ଟ ଅଥରେଟି ସହାୟତା ରାଶି ଓ ନୀତି ନିଦ୍ଧାରଣ କରିପାରିବେ । ଏନେଇ ସରକାରଙ୍କୁ କୋର୍ଟ ତରଫରୁ ୬ ସପ୍ତାହ ସମୟ ଦିଆଯାଇଛି ।

କହିରଖୁ ଏନେଇ କୋର୍ଟରେ ଆବେଦନ କରିଥିବା ଯାଚିକା କର୍ତ୍ତା କରୋନା ସଂକ୍ରମଣରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଦାବି କରିଥିଲେ । କୋର୍ଟ ତରଫରୁ ଏଭଳି ଦାବିକୁ ନାକଚ୍ କରାଯାଇଥିଲା । କେନ୍ଦ୍ର ସରକାର କୋର୍ଟଙ୍କୁ ଜଣାଇଥିଲେ କି ଏତେ ପରିମାଣର ସହାୟତା ରାଶି ଦେବା ସରକାରଙ୍କ ପକ୍ଷେ ସମ୍ଭବ ନୁହେଁ । କୋଭିଡ ପରିଚାଳନାକୁ ନେଇ ସରକାର ଆର୍ଥିକ ଚାପରେ ଥିବାରୁ ଏତେ ପରିମାଣର ରାଶି ଦେବାକୁ ସରକାର ଅକ୍ଷମ ବୋଲି କୋର୍ଟଙ୍କୁ ଜଣାଇଥିଲେ ।

Leave A Reply

Your email address will not be published.