କରୋନା ଏପ୍ରିଲ୍‌ରେ ବେକାବୁ ,ଦ୍ୱିତୀୟ ଲହରିରେ ସଂକ୍ରମଣ ନିଜ ଲକ୍ଷଣ ବଦଳାଇଲାଣି

0 5

ଭୁବନେଶ୍ୱର :   ପ୍ରତିଦିନ ରାଜ୍ୟରେ ନୂଆ ନୂଆ ରେକର୍ଡ କରି  କରୋନା ଏପ୍ରିଲ୍‌ରେ ବେକାବୁ ହେଲାଣି । ଗତକାଲି ରାଜ୍ୟରେ ୧୭୪୧ ଆକ୍ରାନ୍ତ ଚିହ୍ନଟ ହେବା ପରେ କେବଳ ଏପ୍ରିଲ୍‌ରେ ପଜିଟିଭ୍ ସଂଖ୍ୟା ୧୦ ହଜାର ଟପିଯାଇଛି । ଆଗାମୀ କିଛି ମାସରେ ଦୈନିକ ସଂକ୍ରମଣ ରାଜ୍ୟରେ ୧୦ ହଜାରକୁ ପହଞ୍ଚିପାରେ ବୋଲି ଆକଳନ କରିଛନ୍ତି ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର ।

ଦ୍ୱିତୀୟ ପର୍ଯ୍ୟାୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ହେଲେ ମୃତକଙ୍କ ସଂଖ୍ୟା ବଢ଼ିନି । ଦ୍ୱିତୀୟ ଲହରିରେ ସଂକ୍ରମଣ ନିଜ ଲକ୍ଷଣ ବଦଳାଇଥିବା  ସୂଚନା ଦେଇଛନ୍ତି ଡାକ୍ତର ଅଶୋକ ମହାପାତ୍ର ।

ଦ୍ୱିତୀୟ ଲହରିରେ ଆଖି ଲାଲ୍ ହେବା, ପେଟ ଦରଜ, ବାନ୍ତି, ଭୋକ ନ ଲାଗିବା ଭଳି ନୂଆ ଲକ୍ଷଣ ଦେଖାଯାଉଥିବା ଜଣାପଡ଼ିଛି । ଏଥିସହ ଗଳା ଖରାପ ହେବା ସହ ଡାଇରିଆ, ବାନ୍ତି ହେବା ସହ ପେଟ ଦରଜ ପରି ଲକ୍ଷଣ ଦେଖାଦେଉଛି।

କରୋନାର ପ୍ରଥମ ଲହର ସଂକ୍ରମଣ ସମୟରେ କାଶ, କଫ, ଜ୍ୱର  ହେବା ସହ ଦେହ ଦରଜ, ନିମୋନିଆ ପରି ଲକ୍ଷଣ ଦେଖାଦେଉଥିଲା ।  ଏହା ପରେ ବିଭିନ୍ନ ଅଙ୍ଗ କ୍ରମଶଃ ଅଚଳ ହୋଇଯାଉଥିଲା । ଏବେ ମଧ୍ୟ କରୋନା ହେଲେ ନିମୋନିଆ ହେବ। ଏଥିସହ ଆଖି ଲାଲ ହେବ, ଖାଦ୍ୟ ଟେଷ୍ଟ ଆସିବନି, ପେଟ ଦରଜ ହେବ, ବାନ୍ତି ହେବ, ଡାଇରିଆ ହେବ, ଭୋକ ଲାଗିବନି ପରି ଲକ୍ଷଣ ଦେଖାଦେଲେ କରୋନା ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି ଡ. ଅଶୋକ ମହାପାତ୍ର।

ଏଥିସହ ସେ କହିଛନ୍ତି, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ହେଲେ ଛତିଶଗଡ଼ ପରିସ୍ଥିତିକୁ ଦେଖିଲେ ଅଧିକ ସଜାଗ ହେବାକୁ ହେବ ପଡ଼ିବ ।  ଆଗାମୀ କିଛି ମାସରେ ଦୈନିକ ସଂକ୍ରମଣ ରାଜ୍ୟରେ ୧୦ ହଜାରକୁ ପହଞ୍ଚିପାରେ ବୋଲି ଆକଳନ କରିଛନ୍ତି ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର ।

Leave A Reply

Your email address will not be published.