କାକାକୁ ହତ୍ୟା କଲା ପୁତୁରା, ଛଡାଇବାକୁ ଯାଇ ସାତ ବର୍ଷର ଝିଅର ହାତ କଟିଲା

0 188

ସୁନ୍ଦରଗଡ : ସାମାନ୍ୟ ଏକ ସାଇକେଲ ପାଇଁ କାକା ଓ ପୁତୁରା ମଧ୍ୟରେ ବଚସା ଏକ ହତ୍ୟାକାଣ୍ଡର ରୂପ ନେଇଛି l ସୁନ୍ଦରଗଡ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ବିଜlଘାଟ ଗ୍ରାମରେ ଏହି ଘଟଣା ଘଟିଛି I ଗ୍ରାମର ରବିନ୍ଦ୍ର ନାଏକ (45)ଙ୍କର ଏକ ସାଇକେଲ ପୁତୁରା ସୁଶାନ୍ତ ନାଏକ ମାଗି ନେଇ ଚଳାଉ ଥିଲା, ସାଇକେଲ ଅବସ୍ଥା ଖରାପ କରିବାରୁ କାକା ରବିନ୍ଦ୍ର ଅସନ୍ତୋଷ ପ୍ରକାଶ କରିଥିଲେ l ଏଥିରେ ଉତ୍ୟକ୍ତ ହୋଇ ସୁଶାନ୍ତ ସାଇକେଲଟି ଆଣି କଚାଡି ଦେଇ ଗାଳି ଗୁଲଜ ଆରମ୍ଭ କରିଥିଲା l କଜିଆ ବଢିବା ପରେ ଉତ୍ୟକ୍ତ ସୁଶାନ୍ତ ଏକ ଭୁଜାଲି ଆଣି କାକା ରବିନ୍ଦ୍ରକୁ ଆକ୍ରମଣ କରିଥିଲା, ରବିନ୍ଦ୍ରର ସାତ ବର୍ଷର ଝିଅ ସନ୍ଧ୍ୟା ସାମ୍ନାକୁ ଆସିବା ପରେ ପାଗଳ ପ୍ରାୟ ସୁଶାନ୍ତ ସାତ ବର୍ଷର ଭଉଣୀକୁ ମଧ୍ୟ ହାଣି ଦେଇଥିଲା ଏଥିରେ ଝିଅର ହାତ କଟି ସେ ମଧ୍ୟ ପଡି ଯାଇଥିଲା l

 ଭୁଜାଲି ଆକ୍ରମଣରେ ରବିନ୍ଦ୍ର ମରିବା ପୂର୍ବରୁ ହାତରେ ଧରିଥିବା ଠେଙ୍ଗାରେ ଏକ ଶକ୍ତ ପାହାର ପୁତୁରା ସୁଶାନ୍ତ ମୁଣ୍ଡକୁ ପକାଇ  ଟଳିପଡି ଥିଲାI ଖବର ପାଇ ଗ୍ରାମବାସୀ ପୋଲିସରେ ଖବର ଦେବା ପରେ ପୋଲିସ ହତ୍ୟାକାରୀ ଓ ଆହତ ସାତ ବର୍ଷର ଝିଅକୁ ଉଦ୍ଧାର କରି ରାଉରକେଲା ଚିକିତ୍ସା ନିମନ୍ତେ ପଠାଇ ତଦନ୍ତ ଜାରି ରଖିଛନ୍ତି l ଏବେ ଘଟଣାସ୍ଥଳରେ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଥିବା ବେଳେ ରାଉରକେଲାରେ ଚିକିତ୍ସାଧୀନ ଅଭିଯୁକ୍ତକୁ କଡା ପହରା ମଧ୍ୟରେ ଚିକିତ୍ସିତ କରାଯାଉଥିବା ସୂଚନା ଦେଇଛନ୍ତି l

ରମେଶ ଚନ୍ଦ୍ର ବେହେରା

Leave A Reply

Your email address will not be published.