କାଞ୍ଜିପାଣିରେ ଘାଟିରେ ଟ୍ରକ ଓଲଟି ହେଲ୍‌ପର ମୃତ

0 15

ତେଲକୋଇ : ଘାଟିରେ ଓଲଟିଲା ଟ୍ରକ । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ କାଞ୍ଜିପାଣି ଘାଟିରେ ଓଲଟିଲା ଟ୍ରକ । ଦୁର୍ଘଟଣାରେ ହେଲ୍‌ପର ମୃତ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କରି କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଶନିବାର ଦିନ ପୂର୍ବାହ୍ନ ସମୟରେ କାଞ୍ଜିପାଣି ଘାଟିରେ ଘଟିଛି ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ମାଲବାହୀ ଟ୍ରକ । ଦୁର୍ଘଟଣା ଲାଗି ଟ୍ରକଟି ଓଲଟି ପଡିଛି ।ଯାହାଫଳରେ ଟ୍ରକ ହେଲ୍‌ପରଙ୍କ ମୃତ୍ୟୁ ହୋଇଥିବା ଡ୍ରାଇଭର ଗୁରୁତର ହୋଇଛନ୍ତି । ଗାଡି ଦୁର୍ଘଟଣା ଫଳରେ ହେଲ୍‌ପର ମୃତଦେହ ଫସିରହିଛି । ଗ୍ୟାସ୍‌ କଟର ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେପେଟ ଗୁରୁତର ଡ୍ରାଇଭରକୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.