କାଠ ଚୋରାଚାଲାଣ ବେଳେ ଗାଡ଼ି ସହ କାଠ ଜବତ ,ଡ୍ରାଇଭର ଫେରାର

0 10

କରଞ୍ଜିଆ :  ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳ ରୁ ଗତ ରାତିରେ ଏକ ମାରୁତି କାର ରେ ଚୋରା କାଠ ବୋଝେଇ କରି ନେଉଥିବା ବେଳେ ଠାକୁରମୁଣ୍ଡା ଓ କରଞ୍ଜିଆ ରେଞ୍ଜ କର୍ମଚାରୀ ମାନେ ମିଳିତ ଚଢ଼ାଉ କରି ଚୋରା କାଠ ଗାଡି କୁ ଧରିଛନ୍ତି।ଘଟଣା ସ୍ଥଳରୁ ଡ୍ରାଇଭର କାର ଛାଡି ଫେରାର ହୋଇଯାଇଛି।

ଚୋରା କାଠ ବୋଝେଇ ହୋଇ ଯାଉଥିବା ଖବର ପାଇ ଠାକୁରମୁଣ୍ଡା ବନ କର୍ମଚାରୀ ମାନେ କେନ୍ଦୁମୁଣ୍ଡି ଫରେଷ୍ଟ ବିଟ ଅନ୍ତର୍ଗତ ପାଟବିଲ – କଳାକାଦ ଗ୍ରାମ୍ୟ ରାସ୍ତାରେ ଚୋରା କାଠ ବୋଝେଇ କାର କୁ ଠାବ କରିଥିଲେ। ବନ କର୍ମଚାରୀଙ୍କୁ ଦେଖି କାଠ ବୋଝେଇ କାର ଦ୍ରୁତ ଗତିରେ ଖସି ଯିବାକୁ ଉଦ୍ୟମ କରିବାରୁ ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ କାର ଚକ କୁ ପଛ ପଟୁ ୨ ରାଉଣ୍ଡ ଗୁଳି କରିଥିଲେ। ଗୁଳି ନ ବାଜିବାରୁ କାର କରଞ୍ଜିଆ ଆଡକୁ ଦ୍ରୁତ ଗତିରେ ଖସିଯିବାରୁ ଠାକୁରମୁଣ୍ଡା ବନ କର୍ମଚାରୀମାନେ କରଞ୍ଜିଆ ବନବିଭାଗର ସହାୟତା ନେଇଥିଲେ। ଉଭୟ ରେଞ୍ଜ କର୍ମଚାରୀମାନଙ୍କୁ ଦେଖି କାର ଡ୍ରାଇଭର କାର ଛାଡ଼ି ଖସି ପଳାଇ ଥିଲେ।କାର ଭିତରୁ ୧୫ ଖଣ୍ଡ ଶାଳ  କାଠ ସହ କାର କୁ ଠାକୁରମୁଣ୍ଡା ବନବିଭାଗ ଜବତ କରି ଏକ ମାମଲା ରୁଜୁ କରିଛି ।

Leave A Reply

Your email address will not be published.