କାରରୁ ୧ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ ,ଦୁଇ ଗିରଫ

0 15

ବୌଦ୍ଧ : ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଗୋଛାପଡା ଗାଁ ନିକଟରୁ ଏକ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ହାତରେ ଧରାପଡିଲେ ଗଞ୍ଜେଇ ବେପାରୀ ।  କାରରୁ ପ୍ରାୟ ୧ କ୍ବିଣ୍ଟାଲ ୪୦ କେଜିର ଗଞ୍ଜେଇ ଜବତ ହୋଇଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ସାଗଡ଼ା ଗ୍ରାମର ସତ୍ୟବାନ ଛତ୍ର ଏବଂ ମନମୁଣ୍ଡା ଗ୍ରାମର ଆକ୍ରମ ଖାନ ।

ବୌଦ୍ଧରୁ ବାହାର ରାଜ୍ୟକୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସକୁ ବିଶ୍ବସ୍ଥ ଖବର ମିଳିଥିଲା । ତେବେ ଡେପୁଟି କଲେକ୍ଟର ବିରଞ୍ଚି ଧରୁଆଙ୍କ ଉପସ୍ଥିତିରେ ଗଞ୍ଜେଇର ମାପ କରାଯାଇଥିବା ବେଳେ ଆଜି ଅଭିଯୁକ୍ତ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.