କାର ଦୁର୍ଘଟଣାରେ ମହିଳା ଗୁରୁତର

0 3

 

ବୌଦ୍ଧ : ହରଭଙ୍ଗା ବ୍ଲକ ଚାରିଛକ-ଫୁଲବାଣୀ ରାସ୍ତାର ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ଗାଁ ନିକଟରେ ଗୁରୁବାର ସକାଳୁ ସକାଳୁ ଏକ କାର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ, ଆଜି ସକାଳୁ ବୌଦ୍ଧ ବାପୁଜିନଗର ସ୍ଥିତ ନିଜ ସର୍ମ୍ପକୀୟ ଘରୁ ଏକ କାର ଯୋଗେ ରଣଜିତ ମୁଖୀ ଏବଂ ତାଙ୍କ ପତ୍ନୀ ଦିବ୍ୟାରାଣୀ ମୁଖୀ ନିଜ ଘର ଫୁଲବାଣୀକୁ ଫେରୁଥିଲେ। ଏହି ସମୟରେ କାରର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗାଡିଟି ରାଣିପଥର ଗାଁ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ରଣଜିତଙ୍କ ପନ୍ତ୍ରୀ ଦିବ୍ୟାରାଣୀଙ୍କ ମୁଣ୍ଡ, ମୁହଁ ଏବଂ ହାତରେ ଆଘାତ ଲାଗିଥିଲା। ଖବରପାଇ ହରଭଙ୍ଗା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ସେଠାରୁ ଉଦ୍ଧାର କରି ପୁରୁଣାକଟକ ମେଡିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେମାନଙ୍କ ଘର ଫୁଲବାଣି କେନ୍ଦୁପଦର ବୋଲି ଜଣାପଡିଛି। ରଣଜିତ ଭଞ୍ଜନଗର ଆଈ.ଆର.ବି ପୁଲିସରେ କାର୍ଯ୍ୟକରୁଥିବା ବେଳେ ତାଙ୍କ ପନ୍ତ୍ରୀ ଶିକ୍ଷୟତ୍ରୀ ଥିବା ସୂଚନା ମିଳିଛି।

Leave A Reply

Your email address will not be published.