କାଶୀ ବିଶ୍ବନାଥ ଧାମରେ କାର୍ଯ୍ୟରତ ସେବାୟତଙ୍କ ପାଇଁ ୧୦୦ ହଳ ଝୋଟ-ନିର୍ମିତ ଚପଲ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

0 4

ନୂଆଦିଲ୍ଲୀ: ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ବାରାଣସୀ ଅନ୍ତର୍ଗତ କାଶୀ ବିଶ୍ବନାଥ ଧାମରେ କର୍ତ୍ତବ୍ୟରତ କର୍ମୀଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦୦ ହଳ ଝୋଟରେ ତିଆରି ହୋଇଥିବା ଚପଲ ପଠାଇଛନ୍ତି।

ସରକାରୀସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, କାଶୀ ବିଶ୍ବନାଥ ଧାମ କରିଡର୍‌ ଉଦ୍‌ଘାଟନ ନିମନ୍ତେ ବାରାଣସୀ ଗସ୍ତ ସମୟରେ ମନ୍ଦିର ପରିସରରେ କର୍ତ୍ତବ୍ୟ ସମ୍ପାଦନ କରୁଥିବା ଅଧିକାଂଶ ବ୍ୟକ୍ତି ଖାଲି ପାଦରେ କାର୍ଯ୍ୟ କରୁଥିବା ଦେଖିଥିଲେ।

ଏହାର କାରଣ ହେଲା, ଚମଡ଼ା ଅଥବା ରବର ନିର୍ମିତ ଜୋତାଚପଲ ପିନ୍ଧି ମନ୍ଦିର ପରିସରକୁ ପ୍ରବେଶ ନିଷେଧ। ପୁରରୋହିତମାନଙ୍କ ଠାରୁ ଆରମ୍ଭ କରି ସେବାକାରୀ, ସୁରକ୍ଷାକର୍ମୀ, ପରିମଳ କର୍ମୀ ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହି ନିୟମରୁ ବାଦ ଦିଆଯାଏ ନାହିଁ।

କର୍ତ୍ତବ୍ୟରତ ଲୋକେ ଥଣ୍ଡାପାଗରେ ଖାଲି ପାଦରେ ନ ରହିବା ଲାଗି ପ୍ରଧାନମନ୍ତ୍ରୀ ତୁରନ୍ତ ୧୦୦ ହଳ ଝୋଟ-ନିର୍ମିତ ଚପଲ ଆଣି କାଶୀ ବିଶ୍ବନାଥ ଧାମକୁ ପଠାଇ ଦେଇଛନ୍ତି।

କହିବା ଅନାବଶ୍ୟକ, ଏଥିରେ କାଶୀ ବିଶ୍ବନାଥ ଧାମରେ କାର୍ଯ୍ୟରତ ଲୋକେ ଖୁବ୍‌ ଆନନ୍ଦିତ। ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୀକ୍ଷ୍ଣ ଦୃଷ୍ଟି ଓ ଗରିବଙ୍କ ଚିନ୍ତାର ଅନ୍ୟତମ ଦୃଷ୍ଟାନ୍ତ।

ଗତ ମାସରେ ଦୁଇଦିନିଆ ବାରାଣସୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କାଶୀ ବିଶ୍ବନାଥ କରିଡର୍‌ ନିର୍ମାଣ କରିଥିବା ଶ୍ରମଜୀବୀଙ୍କ ଉପରେ ପୁଷ୍ପ ପାଖୁଡ଼ା ବୃଷ୍ଟି କରିବା ସହ ପରେ ସେମାନଙ୍କ ସହ ମିଶି ଭୋଜନ କରିଥିଲେ।

Leave A Reply

Your email address will not be published.