କୁଡାନାଳୀ ଗ୍ରାମ ର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ରେଢ଼ାଖୋଲ ବିଧାୟକ ଙ୍କ ସହ ଆଲୋଚନା

0 114

ରେଢ଼ାଖୋଲ : କୁଡାନାଳୀ ଗ୍ରାମ ର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ରେଢ଼ାଖୋଲ ବିଧାୟକ ତଥା ଉପ ମୁଖ୍ୟସଚେତକ ଇଂ ରୋହିତ ପୂଜାରୀ ଙ୍କ ସହିତ ସାକ୍ଷାତ  ଆଲୋଚନା କରିଛନ୍ତି ଗ୍ରାମ ର ଏକ ଯୁବ ପ୍ରତିନିଧି ମଣ୍ଡଳୀ। ଏହି ଆଲୋଚନା ରେ  ୧.କୁଡାନାଳୀ ଉଚ୍ଚ ବିଦ୍ୟାଳୟ ର ପୁନଃ ନିର୍ମାଣ  କାର୍ଯ୍ୟ ଆରମ୍ଭ. ୨.ଝାରକଟା ମହାବନ୍ଧ  ପାଇଁ ବ୍ୟୟ ବରାଦ ୩. ସଵୁ ସାହିର ରାସ୍ତା କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଏବଂ ଗ୍ରାମର ଅନ୍ୟାନ  ଉନ୍ନତି ମୂଳକ କାର୍ଯ୍ୟ ପାଇଁ ପ୍ରସଙ୍ଗ ସ୍ଥାନ ପାଇଥିଲା । ବିଧାୟକ  ଏ ସବୁ କାର୍ଯ୍ୟ ଆରମ୍ଭ କରିବେ ବୋଲି ପ୍ରତିଶୃତି  ଦେଇଛନ୍ତି ।

ଏହି ପ୍ରତିନିଧି ଦଳ ରେ ସର୍ବଶ୍ରୀ ସୁବ୍ରତ କୁମାର ମାଝୀ, ହଟକିଶୋର ମାଝୀ,ପ୍ରଫୁଲ୍ଲ କୁମାର ମାଝୀ, ହେମନ୍ତ ମାଝୀ.ମାମନ ପ୍ରଧାନ ପ୍ରମୁଖ ସାମିଲ ହୋଇ ଆଲୋଚନା କରିଥିଲେ  ।

Leave A Reply

Your email address will not be published.