କୂଳଡିହା ଅଭୟାରଣ୍ୟରେ ଶିକାର କରାଯାଇଥିବା ହରିଣ ମୃତଦେହ ଜବତ,୨ ଗିରଫ

0 694

ନୀଳଗିରି, : ନୀଳଗିରି ଅଞ୍ଚଳରେ ଥିବା କୂଳଡିହା ଅଭୟାରଣ୍ୟ ରେ ଶିକାରୀ ସକ୍ରିୟ ହୋଇଛନ୍ତି। ଆଜି ସକାଳେ ବନବିଭାଗ ଅଚାନକ ଚଢ଼ାଉ  କରି  ଏକ ମୃତ ହରିଣ ଜବତ କରିବା ସହ ୨ ଜଣଙ୍କୁ ଗିରଫ  କରିଛି।

କୂଳଡିହା ଅଭୟାରଣ୍ୟରେ ହରିଣ,ସମ୍ବର,ଗୁରାଣ୍ଡି,ଝିଙ୍କ,ବାରାହା ଭଳି ଜନ୍ତୁ ଅଛନ୍ତି। ଅଭୟାରଣ୍ୟ ସୀମାନ୍ତ ଗାଁ ଗୁଡିକରେ ରହୁଥିବା ଶିକାରୀ ଙ୍କ ଲୋଲୁପ ଦୃଷ୍ଟି ଏବେ ଜନ୍ତୁମାନଙ୍କ ଉପରେ ପଡୁଛି। ରେଞ୍ଜର ଦାୟିତ୍ୱରେ ଥିବା ମନ୍ବର ଖାଁ ଙ୍କ ନିର୍ଦେଶରେ ଫରେଷ୍ଟର ଓ ବନକର୍ମଚାରୀମାନେ ଆଜି ସକାଳୁ  ଅଚାନକ ଚଢ଼ାଉ କରିଥିଲେ। କଇମହୁଡ଼ି ଅଞ୍ଚଳରୁ ଏକ କୁଇଣ୍ଟାଲ ଓଜନର ମୃତ ହରିଣ ଜବତ କରିଥିବା ବେଳେ ସେହି ଅଂଚଳର ଅର୍ଜୁନ ସିଂ (୫୮) ଓ ମକରା ସରେନ (୬୨) ଙ୍କୁ ବନବିଭାଗ  ଗିରଫ କରିଛି।

ଘଟଣା ସ୍ଥଳରୁ କଇମହୁଡ଼ି ଅଞ୍ଚଳର ବାବୁରାମ ଟୁଡୁ,ଭୁଟା ସରେନ ସାଗନାଳ ଅଂଚଳର ଯଦୁନାଥ ଟୁଡୁ ଓ ବିକ୍ରମ ମୁର୍ମୁ ଫେରାର ହୋଇଥିବା ଜଣାପଡିଛି।ଏନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଖୁବଶୀଘ୍ର ଫେରାର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ରେଞ୍ଜର ଶ୍ରୀ ଖାଁ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.