କୃଷକଙ୍କୁ କେନ୍ଦ୍ର ସରକାରଙ୍କ ଭେଟି, ୬ ରବି ଫସଲର ଏମ୍‌ଏସ୍‌ପି ବୃଦ୍ଧି

0 2

ନୂଆଦିଲ୍ଲୀ,  : କେନ୍ଦ୍ର ସରକାର ବୁଧବାର ଚଳିତ ବର୍ଷ ପାଇଁ ଗହମ ଏବଂ ସୋରିଷ ସମେତ ୬ଟି ରବି ଫସଲର ସର୍ବନିମ୍ନ ମୂଲ୍ୟ ବା ଏମ୍‌ଏସ୍‌ପି ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଗହମର ସର୍ବନିମ୍ନ ମୂଲ୍ୟ ପ୍ରତି କ୍ୱିଣ୍ଟାଲ୍‌ ୪୦ଟଙ୍କା ବଢାଇ ଦିଆଯାଇଛି । ଦାମ୍‌ରେ ବୃଦ୍ଧି ପରେ ଗହମ ୨୦୧୫ଟଙ୍କା ପ୍ରତି କ୍ୱିଣ୍ଟାଲ୍‌ରେ ବିକ୍ରି କରିବେ କୃଷକ । ଏହାଛଡ଼ା ସୋରିଷର ଏମ୍‌ଏସ୍‌ପି ୪୦୦ ଟଙ୍କା ପ୍ରତି କ୍ୱିଣ୍ଟାଲ୍‌ ବୃଦ୍ଧି କରାଯାଇଥିବା ବେଳେ ଏହାର ଦାମ୍‌ ୫,୦୫୦ରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ଲାଗିଥିବା ଜଣାପଡ଼ିଛି ।

ଜୋର ଦାମ୍‌ରେ ୩୫ଟଙ୍କା ବୃଦ୍ଧି କରାଯିବା ଫଳରେ ଏହାର ଦାମ୍‌ ୧୬୩୫ ପ୍ରତି କ୍ୱିଣ୍ଟାଲ୍‌ରେ ପହଞ୍ଚିଛି । ଚଣାର ଦାମ୍‌ରେ ୧୩୦ ଟଙ୍କା ବୃଦ୍ଧି କରାଯାଇଛି । ଏହାର ଦାମ୍‌ କ୍ୱିଣ୍ଟାଲ ପ୍ରତି ୫,୨୩୦ଟଙ୍କା ହୋଇଛି । ମସୁରର ସର୍ବନିମ୍ନ ମୂଲ୍ୟରେ ୪୦୦ ଟଙ୍କା ବୃଦ୍ଧି ହେବା ପରେ ଦାମ୍‌ ୫,୫୦୦ ଟଙ୍କା ପ୍ରତି କ୍ୱିଣ୍ଟାଲ୍ ହୋଇଛି । କୁସୁମ୍‌ର ଏମ୍‌ଏସ୍‌ପି ୧୧୪ ବୃଦ୍ଧି ହୋଇ ୫,୪୪୧ ପ୍ରତି କ୍ୱିଣ୍ଟାଲ୍ ହୋଇଛି ।

ଆଧିକାରୀକ ସ୍ତରରୁ ମଳିଥିବା ସୂଚନା ଅନୁସାରେ, ୨୦୨୧-୨୨ ଫସଲ ବର୍ଷ ଏବଂ ୨୦୨୨-୨୩ ମାର୍କେଟିଂ ସିଜନ୍‌ ପାଇଁ ଏହି ୬ଟି ଫସଲର ଏମ୍‌ଏସ୍‌ପି ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.