ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ତାଲିବାନୀ ଙ୍କ ବନ୍ଧୁକରେ ଆକ୍ରମଣ

0 24

କାବୁଲ : ତାଲିବାନ ନେତାମାନେ ସର୍ବକ୍ଷମା ଓ ଆଧୁନିକତାକୁ ପ୍ରୋତ୍ସାହନ ଦେବା କଥା କହୁଥିଲେ ମଧ୍ୟ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଗଣମାଧ୍ୟମକୁ ନିରପେକ୍ଷ ଖବର ପରିବେଷଣ କରିବା ନେଇ ସ୍ୱାଧୀନତା ଦେବାକୁ ତାଲିବାନ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପ୍ରକୃତରେ ତାହାର ଓଲଟା କାମ କରୁଛି ସଂଗଠନ।

ଆଫଗାନିସ୍ତାନରୁ ଆସିଥିବା ସଦ୍ୟ ରିପୋର୍ଟ ଅନୁସାରେ ରାଜଧାନୀ କାବୁଲ ଓ ଜଲାଲାବାଦର ନଙ୍ଗରହର ଅଞ୍ଚଳରେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ତାଲିବାନ ସେନା ଆକ୍ରମଣ କରିଛନ୍ତି। ଆମେରିକୀୟ ଗଣମାଧ୍ୟମ ସିଏନ୍‌ଏନ୍‌ ପ୍ରତିନିଧି କ୍ଲାରିସା ୱାର୍ଡ ଓ ତାଙ୍କର କ୍ୟାମେରା ମ୍ୟାନ୍‌ ଚାଲି ଚାଲି ଲୋକଙ୍କୁ ପ୍ରଶ୍ନ କରି ରିପୋର୍ଟିଂ କରୁଥିବା ବେଳେ ତାଲିବାନର ବନ୍ଧୁକଧାରୀ ବିଦ୍ରୋହୀ ସେମାନଙ୍କର ବାଟ ଓଗାଳିଥିଲେ। ଏହି ସମୟରେ ଜଣେ ତାଲିବାନୀ କ୍ଲାରିସାଙ୍କୁ ମୁହଁ ଢାଙ୍କିବାକୁ ଉପଦେଶ ଦେଇଥିଲେ। ଯଦିଓ କ୍ଲାରିସା ପୂର୍ବରୁ ଏକ ବୁର୍ଖା ଓ ହିଜାବ ପିନ୍ଧିଥିଲେ।

ତେବେ ମୁାହିଁମୁହିଁ ସ୍ଥିତି ସାମ୍ବାଦିକା କ୍ଲାରିସା ଓ ତାଙ୍କ କ୍ୟାମେରା ମ୍ୟାନ୍‌ ଘଟଣା ସ୍ଥଳରୁ ବାହାରିଯାଉଥିବା ବେଳେ ଜଣେ ତାଲିବାନ ଆତଙ୍କୀ ବନ୍ଧୁକରେ ଭିଡିଓ ଜର୍ଣ୍ଣାଲିଷ୍ଟ ଉପରେ ଆକ୍ରମଣ କରିଥିଲେ। ଏହାପରେ ସେମାନଙ୍କୁ ଘଟଣା ସ୍ଥଳରୁ ରିପୋର୍ଟିଂ କରିବା ପାଇଁ ଅନୁମତି ମିଳିଛି ବୋଲି ସେମାନେ ପ୍ରମାଣ ଦେଖାଇବା ପରେ ଆତଙ୍କବାଦୀମାନେ ତାଙ୍କୁ ଛାଡ଼ିଥିଲେ। ଜଲାଲାବାଦ୍‌ରେ ଆଣ୍ଟିତାଲିବାନ ପ୍ରୋଟେଷ୍ଟ ଚାଲିଥିଲା। ଏହି ଖବର ସଂଗ୍ରହଣ ପାଇଁ ସାମ୍ବାଦିକମାନେ ଯାଇଥିଲେ ହେଲେ ତାଲିବାନୀ ଆତଙ୍କୀମାନେ ସେମାନଙ୍କ ଉପରେ ଆକ୍ରମଣ କରିଛନ୍ତି।

ସରକାରୀ ଅଫିସ୍‌ରେ ଓ କାର୍ଯ୍ୟାଳୟଗୁଡ଼ିକରେ ତାଲିବାନି ପତାକା ଲାଗିବାକୁ ବିରୋଧ କରି ବୁଧବାର ଜଲାଲାବାଦରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଖବର ସଂଗ୍ରହ କରିବା ପାଇଁ ଘଟଣା ସ୍ଥଳକୁ କିଛି ବିଦେଶୀ ଗଣମାଧ୍ୟମ ସହିତ କିଛି ସ୍ଥାନୀୟ ଗଣମାଧ୍ୟମ ଯାଇଥିଲେ। ଏହି ସମୟରେ ତାଲିବାନୀ ଆତଙ୍କବାଦୀମାନେ ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ଆକ୍ରମଣ କରିବା ସହିତ ସାମ୍ବାଦିକମାନଙ୍କୁ ମଧ୍ୟ ପିଟାମରା କରିଥିଲେ। ଗୁଳି ବି ଫୁଟାଇଥିଲେ। ଏଥିରେ ୩ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଛି ବୋଲୁ କୁହାଯାଉଛି। ଏହି ଘଟଣାରେ ସ୍ଥାନୀୟ ସାମ୍ବାଦିକ ବାବ୍ରାକ ଆମିରଜାଦା କହିଛନ୍ତି ଯେ ଖବର ସଂଗ୍ରହଣ ବେଳେ ତାଲିବାନୀ ବିଦ୍ରୋହୀମାନେ ସେମାନଙ୍କୁ ପିଟିମରା କରିଛନ୍ତି ବୋଲି ଆସୋସିଏଟ୍ ପ୍ରେସ ଖବର ପ୍ରକାଶ କରିଛି।

Leave A Reply

Your email address will not be published.