ଖେଳୁଥିବା ବେଳେ ପୋଖରୀରେ ବୁଡ଼ି ଶିଶୁ ପୁତ୍ର ମୃତ

0 19

ଯାଜପୁର, : ଯାଜପୁର ଜିଲ୍ଲା କୋରାଇ ଥାନା କନ୍ତୋର ଗ୍ରାମରେ ଅଘଟଣ। ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ। ମୃତ ଶିଶୁଟି ସେହି ଗ୍ରାମର ଚନ୍ଦ୍ରମଣି ରାଉତଙ୍କ ୪ ବର୍ଷର ପୁଅ ବୋଲି ଜଣାପଡିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସୂଚନା ମୁତାବକ, ଶିଶୁଟି ଆଜି ବାଡିରେ ଖେଳୁଥିବା ସମୟରେ ଅସାବଧାନତା ବଶତଃ ପୋଖରୀରେ ବୁଡି ଯାଇଥିଲେ। ଘର ଲୋକ ପିଲାଟିକୁ ନପାଇ ସବୁଆଡେ ଖୋଜାଖୋଜି କରିଥିଲେ। କେଉଁଠିବି ପିଲାଟିକୁ ନପାଇ ବାଡି ପୋଖରୀରେ ଶିଶୁଟି ବୁଡ଼ି ଯାଇଥିବା ସନ୍ଦେହ କରି ଏହା ଭିତରେ ଖୋଜାଖୋଜି କରିଥିଲେ ପରିବାର ଲୋକେ । ଏହାପରେ ଶିଶୁ ପୁତ୍ରକୁ ପୋଖରୀରୁ ମୁର୍ମୁଶ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲକୁ ନେଇଥିଲେ ପରିବାର ଲୋକେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.