ଗଛ ଡାଳ ରୁ ୨୦ ବର୍ଷୀୟ ଯୁବକଙ୍କ ମୃତଦେହ ଉଦ୍ଧାର

ହତ୍ୟା ନା ଆତ୍ମହତ୍ୟା ?

0 57

ଜଳେଶ୍ଵର,  : ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ପଞ୍ଚୁଘଣ୍ଟା ପୁରାତନ ବାଲି ସୌରାତ ପାଖ ପିଠାଳୁ ଗଛ ଡାଳରେ ଝୁଲୁଛି ୨୦ ବର୍ଷର ଯୁବକଙ୍କ ମୃତଦେହ। ଯୁବକ ଜଣକ ହେଲେ ପଞ୍ଚୁଘଣ୍ଟା ଗ୍ରାମର ଗଣେଶ ସିଂ। ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ସୂଚନାନୁଯାୟୀ, ଆଜି ସକାଳ ସମୟରେ ଜଳେଶ୍ୱର ଥାନା ପଞ୍ଚୁଘଣ୍ଟା ଗ୍ରାମର ପୁରୁଣା ବାଲି ସୌରାତ ଠାରୁ ଜଣେ ୨୦ ବର୍ଷୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ନଦୀ ପଠାକୁ ଶୌଚ ହେବାକୁ ଯାଇଥିବା ବେଳେ ସ୍ଥାନୀୟ ବାସିନ୍ଦାମାନେ ଯୁବକଙ୍କ ମୃତଦେହ ଦେଖିଥିଲେ। ଯୁବକ ଜଣଙ୍କ ହେଉଛନ୍ତି ପଞ୍ଚୁଘଣ୍ଟା ଗ୍ରାମର ଚନ୍ଦ୍ର ମୋହନ ସିଂଙ୍କର ପୁଅ ଗଣେଶ ସିଂ। ଏନେଇ ପୋଲିସକୁ ଖବର ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗଛ ମୂଳରେ ଚପଲ ପଡିଥିବାର ଦେଖିବାକୁ ମିଳିଛି। ଏହା ଏକ ଆତ୍ମହତ୍ୟା ବୋଲି ସ୍ଥାନୀୟ ଲୋକମାନେ ସନ୍ଦେହ କରୁଥିବା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Leave A Reply

Your email address will not be published.