ଗଛ ରେ ପିଟି ହେଲା କାର, ମା’ ସହ ୨ ଶିଶୁ ମୃତ

0 43

କଳାହାଣ୍ଡି, : କେସିଙ୍ଗା ଥାନା ଏନ ଏଚ ୨୬ ଚାଂଚେର ନିକଟରେ  ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗୋଟିଏ ଗଛକୁ ଏକ କାର ଧକ୍କା ଦେବାରୁ  ଘଟଣାସ୍ଥଳରେ ମା’ ସହ ୨ ଶିଶୁଙ୍କ ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ଡ୍ରାଇଭରକୁ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଭବାନୀପାଟଣା ରୁ ଟିଟିଲାଗଡ଼ ନିଜ ଘରକୁ ଏକ ସୁଇଫ୍ଟ କାରରେ ମହିଳା ଜଣକ ୨ ଶିଶୁଙ୍କୁ ଧରି ଫେରୁଥିଲେ।  ଏହି  ସମୟରେ ଭାରସାମ୍ୟ ହରାଇ ତାଳ ଗଛରେ କାର ପିଟି ହୋଇଥିଲା। ଘଟଣାସ୍ଥଳରେ ମା’ ଓ ୨ ଶିଶୁଙ୍କ ମୃତ୍ୟୁ ଘଟିଥିଲା।  ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.