ଗାଁ ନିକଟ ପୋଖରୀରୁ ନିଖୋଜ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

0 33

ଭଞ୍ଜନଗର : କ୍ଷତବିକ୍ଷତ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ଭଞ୍ଜନଗର ରାସିଂଙ୍ଗ ଥାନା ଅନ୍ତର୍ଗତ ନୂଆଁ ଟାଙ୍ଗଣ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗାଁ ନିକଟ ପୋଖରୀରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି।

ରାସିଂଙ୍ଗ ଥାନା ଅନ୍ତର୍ଗତ ନୂଆଁ ଟାଙ୍ଗଣ ଗାଁ ନିକଟ ପୋଖରୀରୁ ଆଜି ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ଉକ୍ତ ଗାଁର ଲୋଚନ ପ୍ରଧାନ। ଲୋଚନ ଗତ ୧୮ ତାରିଖରୁ ନିଖୋଜ ଥିଲେ। ଆଜି ତାଙ୍କର ମୃତଦେହ ପୋଖରୀରୁ ମିଳିବା ପରେ ଲୋଚନଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

Leave A Reply

Your email address will not be published.