ଗାଧୋଇବାକୁ ଆସି ମହାନଦୀରେ ଭାସି ଯିବାବେଳେ ଯୁବତୀ ଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

0 17

ସମ୍ବଲପୁର,: ସମ୍ବଲପୁର ଜିଲ୍ଲା ସମଲେଇ ଘାଟ ନିକଟ ସକାଳେ ଜଣେ ଯୁବତୀ ମହାନଦୀ ବନ୍ୟା ଜଳରେ ଭାସି ଯାଉଥିବା ଦେଖିବାକୁ ମିଳିଛି।ଏନେଇ କିଛି ସ୍ଥାନୀୟ ଲୋକ ଏହାକୁ ଦେଖିବା ପରେ ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଟିମ୍ ପହଞ୍ଚି ମହାନଦୀରୁ ଯୁବତୀ ଉଦ୍ଧାର କରିବା ଉଦ୍ୟମ କରି ସଫଳ ହୋଇଛନ୍ତି। ଯୁବତୀଙ୍କୁ ଉଦ୍ଧାର କରାଯିବା ପରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବିକ, ରବିବାର ସମଲେଇ ଘାଟ ନିକଟରେ ଜଣେ ଯୁବତୀ ଭାସି ଯାଉଥିବା ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ତେବେ ଯୁବତୀଙ୍କୁ ଜୀବିତ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ  । ଉଦ୍ଧାର ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଯୁବତୀ ଜଣକ ଗାଧୋଇବାକୁ ଆସି ଭାସିଯାଇଥିବା ସୂଚନା ମିଳିଛି। ଉଦ୍ଧାର ହୋଇଥିବା ଯୁବତୀ ଜଣକ ରେଙ୍ଗାଲିର ପ୍ରଭାତୀ ବାଗ୍ ବୋଲି ଜଣାପଡିଛି। ସମ୍ବଲପୁରରେ ରହି ପାଠ ପଢୁଥିଲେ।

Leave A Reply

Your email address will not be published.