ଗିରଫ ହେଲା କେନ୍ଦୁଝର ଶାଳୀକୁ ହତ୍ୟା ଓ ଶାଶୁକୁ ଦୁଷ୍କର୍ମ ଅଭିଯୁକ୍ତ

0 29

କେନ୍ଦୁଝର : ସକେନ୍ଦୁଝର ବଲାଣି କିରିବୁରୁ ଜଙ୍ଗଲରେ ଶାଳୀକୁ ହତ୍ୟା ଓ ଶାଶୁକୁ ଦୁଷ୍କର୍ମ ଘଟଣାରେ ଆଜି ମୁଖ୍ୟ ଅଭିଯୁକ୍ତ ତଥା ଘରର ଜ୍ବାଇଁକୁ ପୁଲିସ ଗିରଫ କରିଛି।

ଘଟଣାର ୬ ଦିନ ପରେ ଅଭିଯୁକ୍ତ ଜ୍ବାଇଁ ରୂପ ସିଂ ସିଦ୍ଧୁ ଗିରଫ ହୋଇଛି। ଜଜାଙ୍ଗ ଅଞ୍ଚଳର ଜଣେ ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିବା ଖବର ପାଇବା ପରେ ପୁଲିସ ସେଠାରୁ ତାକୁ ଗିରଫ କରିଛି।

ପୁଲିସ୍ ଅଭିଯୁକ୍ତ ରୂପ ସିଂ ସିଦ୍ଧୁକୁ କିରିବୁରୁ ଜଙ୍ଗଲକୁ ନେଇ ପୁରା ଘଟଣାର ସିନ୍‌ ରିକ୍ରିଏଟ କରିଥିଲା। କେମିତି ହତ୍ୟା କରିଥିଲା, ସେସବୁ ପୁଲିସ ଆଗରେ ଦେଖାଇବାକୁ କୁହାଯାଇଛି। ଏଥିସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ମଧ୍ୟ ଜଙ୍ଗଲରୁ ଜବତ ହୋଇଛି।

ଅଭିଯୁକ୍ତ ଜ୍ବାଇଁ ଗତ ୬ ତାରିଖରେ ଶାଶୁ ଓ ଶାଳୀ ସହ ଜଙ୍ଗଲକୁ ଛତୁ ଆଣିବାକୁ ଯାଇଥିଲା। ଜଙ୍ଗଲରେ ଶାଶୁକୁ ବାନ୍ଧି ଶାଳୀକୁ ଦୁଷ୍କର୍ମ ପରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ଏହାପରେ ଶାଶୁଙ୍କୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.